ଏଲଓସିରେ ଚୀନ ନିର୍ମିତ ୟୁଏଭି ମୁତୟନ କରିବ ପାକିସ୍ତାନ

ଏଲଓସିରେ ଚୀନ ନିର୍ମିତ ୟୁଏଭି ମୁତୟନ କରିବ ପାକିସ୍ତାନ

ଏଲଓସିରେ ଚୀନ ନିର୍ମିତ ୟୁଏଭି ମୁତୟନ କରିବ ପାକିସ୍ତାନ
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରକୁ ଅଶାନ୍ତ କରିବା ଲାଗି ପାକିସ୍ତାନ ଏକ ନୂଆ ଯୋଜନା କରିଛି । ଜାମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ରେ ଚୀନ ନିର୍ମିତ ମାନବ ବିହୀନ ଯାନ (ୟୁଏଭି) ମୁତୟନ କରିବା ଲାଗି ପାକିସ୍ତାନ ପଦକ୍ଷେପ ନେଇଛି । ଚୀନ ନିର୍ମିତ କାଇ ହୋଙ୍ଗ-୪ (ସିଏଚ-୪) ୟୁଏଭିକୁ ପାକିସ୍ତାନ ଏହାର ସୀମାରେ ମୁତୟନ କରିବ । ସିଏଚ-୪ ୟୁଏଭି ଅଧିଗ୍ରହଣ ଲାଗି ପାକିସ୍ତାନ ସେନାର ବି୍ରଗେଡିୟାର ମହମ୍ମଦ ଜାଫର ଇକବାଲଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ପ୍ରତିନିଧି ଦଳ ଚୀନ ଗସ୍ତ କରିଛି । ଇକବାଲଙ୍କ ଟିମର ଏହା ଦ୍ୱିତୀୟ ଚୀନ ଗସ୍ତ । ଏହା ପୂର୍ବରୁ ୨୦୧୯ ଡିସେମ୍ବରରେ ଇକବାଲ ଚୀନ ଗସ୍ତ କରି ଏହି ୟୁଏଭିର ପରୀକ୍ଷା ନିରୀକ୍ଷା କରିଥିଲେ । ଚୀନର ଏରୋସ୍ପେସ ଲଙ୍ଗ ଇଣ୍ଟରନ୍ୟାସନାଲ ଟ୍ରେଡ କମ୍ପାନୀ (ଏଏଲଆଇଟି) ଠାରୁ ପାକିସ୍ତାନ ଏହି ୟୁଏଭି କ୍ରୟ କରିବ । ଚୀନ ନିର୍ମିତ ସିଏଚ-୪ ୟୁଏଭି ଇରାକ ସେନା ଓ ରୟାଲ ଜୋର୍ଡାନ ଏୟାରଫୋର୍ସରେ ସାମିଲ ହୋଇଛି । ତେବେ ପାକିସ୍ତାନ ଏହାର ସୀମାରେ ଏହି ୟୁଏଭି ମୁତୟନର ମୂଳ ଉଦେ୍ଧଶ୍ୟ ହେଉଛି ଜମ୍ମୁ କାଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚାଲାଣ କରିବ । ୟୁଏଭି ମାଧ୍ୟମରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର କାଶ୍ମୀର ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବା ସହଜ ହେବ । ଏହି ୟୂଏଭି ମାଧ୍ୟମରେ ଭାରତ ସଲଗ୍ନ ସୀମାରେ ଅସ୍ତ୍ରଶସ୍ତ୍ର ଗୁଡ଼ିକ ପହଞ୍ଚାଯିବ ପରବର୍ତ୍ତୀ ସମୟରେ ଏହାକୁ ଆତଙ୍କବାଦୀମାନେ ସଂଗ୍ରହ କରିବେ । ନିକଟରେ ଡ୍ରୋନ ମାଧ୍ୟମରେ ପାକିସ୍ତାନକୁ ଭାରତ ସୀମାକୁ ଅସ୍ତ୍ରଶସ୍ତ୍ର ପରିବହନ ଭଳି କେତେକ ଘଟଣା ନଜରକୁ ଆସିଛି । ଭାରତ ସୀମା ମଧ୍ୟରେ ପାକିସ୍ତାନ ଡ୍ରୋନକୁ ବିଏସଏଫ ଗୁଳି କରି ଖସାଇବା ଓ ସୀମାନ୍ତ ଅଞ୍ଚଳରୁ ଅସ୍ତ୍ରଶସ୍ତ୍ର ଜବତ କରିବା ଘଟଣା ପାକିସ୍ତାନର ମନ୍ଦ ଉଦେ୍ଧଶ୍ୟକୁ ପ୍ରମାଣିତ କରିଛି ।