ଏବର୍ଷ ବି ହେବନି ବାଲିଯାତ୍ରା

ଏବର୍ଷ ବି ହେବନି ବାଲିଯାତ୍ରା

ଏବର୍ଷ ବି ହେବନି ବାଲିଯାତ୍ରା

ଭୁବନେଶ୍ୱର : ଚଳିତ ବର୍ଷ ବି ହେବନାହିଁ ଐତିହାସିକ ବାଲିଯାତ୍ରା  । କରୋନା କାରଣରୁ ଏବର୍ଷ ବାଲିଯାତ୍ରା ହେବନାହିଁ ବୋଲି କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି  । କରୋନା ସଂକ୍ରମଣ ବଢ଼ିବା ଆଶଙ୍କାରେ ଗତ ଦୁଇବର୍ଷ ଧରି ବାଲିଯାତ୍ରା ବନ୍ଦ ରହିଛି  ।

ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମାରେ କଟକ ଗଡ଼ଗଡ଼ିଆ ଘାଟ ନଦୀ ପଠାରେ ବାଲିଯାତ୍ରା ହୋଇଥାଏ  । ଏହି ମେଳାରେ ହଜାର ହଜାର ସଂଖ୍ୟକ ଷ୍ଟଲ ପଡ଼ିବା ସହ ଲକ୍ଷ ଲକ୍ଷ ଲୋକଙ୍କର ଜନ ସମାଗମ ହୋଇଥାଏ  । କିନ୍ତୁ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ଏହା ବନ୍ଦ ରହିଛି  । ଚଳିତ ବର୍ଷ ସଂକ୍ରମଣ ହ୍ରାସ ପାଇଥିବାରୁ ବାଲିଯାତ୍ରା ହୋଇପାରେ ବୋଲି ଲୋକମାନେ ଆଶା କରୁଥିଲେ  । କିନ୍ତୁ ଏବେବି କରୋନା ସଂକ୍ରମଣ କମିନଥିବାବେଳେ ବିଦେଶରେ ଲକଡାଉନ ପରିସ୍ଥିତି ବି ସୃଷ୍ଟି ହୋଇଛି  । ସେହିପରି ଶୀତଦିନେ ସଂକ୍ରମଣ ବ୍ୟାପିବାର ବି ଅଧିକ ଆଶଙ୍କା ରହିଛି  । ଏସବୁକୁ ଆଖି ଆଗରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି କଟକ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି  ।