ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ଶ୍ରୀନଗର: ପୁଣି ଟଳିଲେ ୩ ଆତଙ୍କବାଦୀ। ଜମ୍ମୁ କାଶ୍ମୀରର କୁଲଗ୍ରାମରେ ୩ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି। କୁଲଗ୍ରାମରେ ୨ଜଣ ନିହତ ହୋଇଥିବା ବେଳେ ଶ୍ରୀନଗରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତେବେ କୁଲଗ୍ରାମରେ ନିହତ ହୋଇଥିବା ଦୁଇ ଆତଙ୍କୀ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ବୋଲି ଜଣାପଡିଛି।
ପୁଲିସର କହିବା ଅନୁସାରେ, ଚବଲଗାମରେ ଆତଙ୍କବାଦୀ ଲୁଚିଥିବା ଗୁପ୍ତ ସୂଚନା ମିଳିଥିଲା। ଏହି ଖବର ପାଇବା ପରେ ସେନା ସର୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ସର୍ଚ୍ଚ ଅପରେସନ ବେଳେ ସେନା ଉପରକୁ ଆତଙ୍କୀ ପ୍ରଥମେ ଗୁଳିମାଡ କରିଥିଲେ। ଏହାର ଜବାବରେ ସେନା ପକ୍ଷରୁ ବି ଗୁଳିମାଡ କରାଯାଇଥିଲା। ସେନା ଗୁଳିରେ ୩ଜଣ ଆତଙ୍କବାଦୀ ନିପାତ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି ବୋଲି ସୂଚନା ମିଳିଛି।




admin 