କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାଳୟ ପରୀକ୍ଷଣ ସଫଳ
କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାଳୟ ପରୀକ୍ଷଣ ସଫଳ
ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭିଡ ପ୍ରତିଷେଧକ ଟିକା କୋଭାକ୍ସିନ ତୃତୀୟ ପର୍ୟ୍ୟାୟ ପରୀକ୍ଷଣରେ ୭୭.୮% ଫଳପ୍ରଦ ବୋଲି ଜଣାଯାଇଛି । ରିପୋର୍ଟ ଅନୁଯାୟୀ ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮% ଫଳପ୍ରଦ ହେଉଛି । ସୂଚନାଯୋଗ୍ୟ ଯେ କୋଭାକ୍ସିନ ଏକମାତ୍ର କୋଭିଡ-୧୯ ଟିକା ଭାବରେ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଡେଲଟା ପ୍ରକରଣ କ୍ଷେତ୍ରରେ ୬୫.୨% ପ୍ରଭାବୀ ହୋଇପାରିଛି । ତାହାସହିତ ମାତ୍ରାଧିକ ଲକ୍ଷଣଯୁକ୍ତ କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୯୩.୪% ଫଳପ୍ରଦ ହୋଇଥିବା ପରିଲକ୍ଷିତ ହୋଇଛି । ପରୀକ୍ଷଣରୁ ଜଣାଯାଇଛି ଯେ ଲକ୍ଷଣବିହୀନ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ୬୩.୬% ପ୍ରଭାବୀ ସାବ୍ୟସ୍ତ ହୋଇଥିବାବେଳେ ସାର୍ସ-ସିଓଭି-୨, ବି.୧.୬୧୭.୨ ପ୍ରକରଣ କ୍ଷେତ୍ରରେ ୬୫.୨% ଏବଂ ସାର୍ସ-ସିଓଭି-୨ର ସମସ୍ତ ପ୍ରକାର ପ୍ରକରଣ କ୍ଷ୍ରେତରେ ୭୦.୮% ପ୍ରଭାବୀ ହୋଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ମାସର କଳ୍ପନା ଜଳ୍ପନା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ଚଳିତ ମାସରେ କୋଭାକ୍ସିନ ଟିକାକୁ ସ୍ୱୀକୃତି ପ୍ରଦାନ କରିଛି ।




admin 