ଓଡ଼ିଶାରେ ୪ କୋଟି ଟପିଲା ଟୀକାକରଣ
ଓଡ଼ିଶାରେ ୪ କୋଟି ଟପିଲା ଟୀକାକରଣ
ଭୁବନେଶ୍ବର: ଆଜି ରାଜ୍ୟରେ ୪ କୋଟି ଛୁଇଁଛି ଟୀକାକରଣ । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯଇଛି। ଡିସେମ୍ବର ସୁଦ୍ଧା ରାଜ୍ୟରେ ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଟାର୍ଗେଟ ରହିଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ରାଜ୍ୟରେ ଟୀକାକରଣ ଗତି ତ୍ବରାନ୍ବିତ କରିବାକୁ ଟିକାଦାନ କେନ୍ଦ୍ର ସଂଖ୍ୟା ବଢାଯାଇଛି । ୧୬୦୦ କେନ୍ଦ୍ରରୁ ପ୍ରାୟ ୨୪୦୦ଟି କେନ୍ଦ୍ରକୁ ବୃଦ୍ଧି ପାଇଛି । ବିଶେଷକରି ଗ୍ରାମାଞ୍ଚଳକୁ ଫୋକସ୍ କରାଯାଉଛି । ଯେଉଁ ଗ୍ରାମରେ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ୧୦୦ ତଳେ ରହିଛି, ସେହିସବୁ ଗ୍ରାମଗୁଡିକରେ ଟୀକାକରଣ କେନ୍ଦ୍ର ଖୋଲା ଯାଇଛି ।ବର୍ତ୍ତମାନ ୨ କୋଟି ୬୬ ଲକ୍ଷ ୫୪ ହଜାର ୧୯୩ ଜଣ ପ୍ରଥମ ଡ଼ୋଜ୍ ନେଇଥିବାବେଳେ ୧ କୋଟି ୩୨ ଲକ୍ଷ ୨୦ ହଜାର ୯୨ ଜଣଙ୍କୁ ଦ୍ବିତୀୟ ଡୋଜ ଦିଆସରିଛି । ବର୍ତ୍ତମାନ ୩୧ ଲକ୍ଷ ଦ୍ବିତୀୟ ଡୋଜ ଅପେକ୍ଷାରେ ଅଛନ୍ତି । ୨ ତାରିଖରୁ ହର୍ ଘର କାର୍ୟ୍ୟକ୍ରମ ପରେ ଦ୍ବିତୀୟ ଡ଼ୋଜ ଟୀକାକରଣ ୩୫% ରୁ ବଢି ୪୦% ହୋଇଛି । ସେହିପରି ୮୨ ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇଥିବା ବେଳେ ୪୧ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି ।




admin 