୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଉ ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୮ଜଣଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ସାମିଲ ଅଛନ୍ତି । ନିକଟରେ ରାମଚନ୍ଦ୍ରଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ବିପୁଳ ସମ୍ପତ୍ତି ଠାବ ସହ ରାମ ଓ ଭାଇ ଲକ୍ଷ୍ମଣଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତେବେ ଆଉ କେଉଁମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଆସନ୍ତୁ ଜାଣିବା
-ଜଗତସିଂହପୁରର ପୂର୍ବତନ ଡେପୁଟି କଲେକ୍ଟର ଗୌରାଙ୍ଗ ମହାନ୍ତି
- ବରଗଡ଼ ଅମ୍ବାଭୋନାର ବିଡିଓ ଆଲଫୋନ୍ସ ବିଲୁଙ୍ଗ
-କେନ୍ଦୁଝର ବୈତରଣୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ
-ଲାଞ୍ଜିଗଡ଼ ବ୍ଲକ ସିଡିପିଓ ମୀନା ପାତ୍ର
-ଥୁଆମୂଳ ରାମପୁର ବ୍ଲକ ସିଡିପିଓ ପୁଷ୍ପାଞ୍ଜଳି ରଥ
-ଦେବଗଡ଼ର ପୂର୍ବତନ ଅବକାରୀ ଉପଅଧୀକ୍ଷକ ଅଜିତ ମହାପାତ୍ର
-ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କ୍ୟାସିୟର ପ୍ରଭାକର ପ୍ରଧାନ
ଏଯାଏଁ ରାଜ୍ୟରେ ୧୩୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାଯାଇଛି ।




admin 