ଏଆର ରେହମାନଙ୍କ ମାଆଙ୍କ ପରଲୋକ

ଏଆର ରେହମାନଙ୍କ ମାଆଙ୍କ ପରଲୋକ

ଏଆର ରେହମାନଙ୍କ ମାଆଙ୍କ ପରଲୋକ
ନୂଆଦିଲ୍ଲୀ : ଲୋକପ୍ରି୍ରୟ ମୁ୍ୟଜିକ କମ୍ପୋଜର ତଥା ଓସ୍କାର ପୁରସ୍କାର ପ୍ରାପ୍ତ ଏଆର ରେହମାନଙ୍କ ମାଆ କରୀନା ବେଗମଙ୍କର ପରଲୋକ ହୋଇଯାଇଛି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଟ୍ୱିଟରରେ ସେ ନିଜ ମାଆଙ୍କର ଫଟୋ ଅପଲୋଡ଼ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗତ କିଛିଦିନ ଧରି ତାଙ୍କ ମା’ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ରେହମାନ ତାଙ୍କ ମାଆଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କ ମା’ଙ୍କ ପାଇଁ ହିଁ ସେ ଆଜି ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ତାଙ୍କ ମା’ ଜଣେ ଧର୍ମପ୍ରାଣା ମହିଳା ଥିଲେ । ରେହମାନ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବାବେଳେ ତାଙ୍କ ମା’ ମୁ୍ୟଜିକରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ ।