ଭାରତ ଆସିବାକୁ ଚାଇନିଜଙ୍କୁ ମନା

ଭାରତ ଆସିବାକୁ ଚାଇନିଜଙ୍କୁ ମନା

ଭାରତ ଆସିବାକୁ ଚାଇନିଜଙ୍କୁ ମନା
ନୂଆଦିଲ୍ଲୀ : ଭାରତ ଓ ଚାଇନା ମଧ୍ୟରେ ଦିନକୁ ଦିନ ସମ୍ପର୍କ ତିକ୍ତତା ହେବାରେ ଲାଗିଛି । ସୀମାନ୍ତରେ ବିବାଦ ଲାଗିଥିବାବେଳେ ଚାଇନା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲାଗିଛି । ଏପରିକି ଭାରତକୁ ଚାଇନିଜମାନେ ନଆସିବା ନେଇ ଅନୌପଚାରିକ ନିଦେ୍ର୍ଧଶାନାମା କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ମହାମାରୀକୁ ଆଖିଆଗରେ ରଖି ଭାରତୀୟ ଏୟାର ଲାଇନ୍ସଗୁଡ଼ିକୁ ଏଭଳି ଅନୌପଚାରିକ ନିଦେ୍ର୍ଧଶ ଦିଆଯାଇଛି । ତେବେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି । ଅପରପକ୍ଷରେ ବର୍ଷ ଆରମ୍ଭରୁ ଭାରତ ଓ ଚାଇନାକୁ ବିମାନ ଚଳାଚଳ ଉପରେ ବି ପ୍ରତିବନ୍ଧକ ଲାଗିଛି । କିନ୍ତୁ ଏବେ ଧିରେଧିରେ କଟକଣା ହଟିବାରେ ଲାଗିଛି । ଅନେକ ଦେଶକୁ ବି ବିମାନ ଚଳାଚଳ କଲାଣି । ତେବେ ଭାରତ ଓ ଚାଇନା ମଧ୍ୟରେ ବିମାନ ଚଳାଚଳ ବନ୍ଦ ରହିଛି । ଅପରପକ୍ଷରେ ଅନ୍ୟ ଦେଶର ବିମାନ ଜରିଆରେ ଚାଇନିଜମାନେ ଭାରତକୁ ଆସିଥିବା ଦେଖିବାକୁ ମିଳିଛି । ତେବେ ପର୍ଯ୍ୟଟନ ଭିସାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ଜାଣିବାକୁ ମିଳିଛି ।