ଆସନ୍ତା ୧୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ , ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଆସନ୍ତା ୧୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ , ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଆସନ୍ତା ୧୨ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ପୂର୍ବାଞ୍ଚଳ ପରିଷଦ ବୈଠକ , ଯୋଗ ଦେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର - ଆସନ୍ତା ୧୨ରେ ପୂର୍ବାଞ୍ଚଳ ପରିଷଦର ବୈଠକ ଭୁବନେଶ୍ୱରରେ ବସିବ । ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ । ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ ତମ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । ଲୋକସେବା ଭବନର କନଭେନସେନ ସେଣ୍ଟରରେ ବୈଠକ ବସିବାକୁ ଆପାତତଃ ସ୍ଥିର ହୋଇଥିଲା ବେଳେ ଆସାମ, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ, ବିହାର ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେବେ । ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଏ ବୈଠକରେ ଆଲୋଚନା ହେବ । ବୈଠକରେ ଯୋଗ ଦେବାକୁ ଶ୍ରୀ ଶାହ ଆସିବା ଚୂଡ଼ାନ୍ତ ହୋଇଥିଲା ବେଳେ ସେ ବିଜେପିର କିଛି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି । ଦଳ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସଚେତନତା ଅଭିଯାନ ଚାଲିଥିବା ବେଳେ ଶ୍ରୀ ଶାହ ଏଥିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଶାହଙ୍କ ଗସ୍ତ ନେଇ ନିର୍ଦ୍ଧିଷ୍ଟ ଭାବେ କିଛି ସୂଚନା ଆସିନି ବୋଲି ଦଳ କହିଛି ।