ଆସନ୍ତାକାଲି ଅବପାତରେ ପରିଣତ ହେବ ଲଘୁଚାପ : ୨ ଜିଲ୍ଲାକୁ ଅରେଞ୍ଜ ଓ ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଆସନ୍ତାକାଲି ଅବପାତରେ ପରିଣତ ହେବ ଲଘୁଚାପ : ୨ ଜିଲ୍ଲାକୁ ଅରେଞ୍ଜ ଓ ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଆସନ୍ତାକାଲି ଅବପାତରେ ପରିଣତ ହେବ ଲଘୁଚାପ : ୨ ଜିଲ୍ଲାକୁ ଅରେଞ୍ଜ ଓ ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଓ୍ବେଲ୍‌ମାର୍କରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ଅନ୍ୟ ୮ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ।