ଆମେରିକା ଉପରେ ରୁଷର ପାଲଟା କଟକଣା
ଆମେରିକା ଉପରେ ରୁଷର ପାଲଟା କଟକଣା
ମସ୍କୋ: ୟୁକ୍ରେନ ଉପରେ ରୁଷର ଘନଘନ ଆକ୍ରମଣ ଜାରି ରହିଛି। ଏପଟେ ରୁଷ ମଧ୍ୟ ଆମେରିକା ବିରୋଧରେ ବଡ଼ ପଦକ୍ଷେପ ନେଇଛି। ପାଲଟଣା କଟକଣା ଲଗାଇଛି। ଯୁଦ୍ଧଖୋର ଆଚରଣ ପାଇଁ ଆମେରିକା ପକ୍ଷରୁ ରୁଷର ବରିଷ୍ଠ ଅଧିକାରୀ, କମ୍ପାନି, ଖେଳାଳି ଓ ମସ୍କୋ ଉପରେ ଏକାଧିକ କଟକଣା ଲଗାଯାଇଥିଲା।
ଏବେ ରୁଷ ପାଲଟା ପଦକ୍ଷେପ ନେଇଛି। ଯେସାକୁ ତେସା ନୀତିରେ ରୁଷ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ୧୩ ବରିଷ୍ଠ ଆମେରିକୀୟ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏମାନଙ୍କୁ ଷ୍ଟପ ଲିଷ୍ଟରେ ସ୍ଥାନ ଦିଆଯାଇଛି। ଏହାର ଅର୍ଥ ତାଲିକାରେ ଥିବା ଲୋକମାନେ ରୁଷରେ ପ୍ରବେଶ କରିପାରିବେ ନାହିଁ। ସେହିପରି ସେମାନଙ୍କ ସହ ରୁଷ ଅଧିକାରୀମାନେ କୌଣସି
ତାଲିକାରେ ବାଇଡେନଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିନକେନ, ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନ, ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ, ସିଆଇଏ ମୁଖ୍ୟ ୱିଲିୟମ ବ୍ରୁନ୍ସ, ଜାତୀୟ ସୁରକ୍ଷା ପରାମର୍ଶଦାତା ଜ୍ୟାକ ସୁଲ୍ଲିଭାନ ପ୍ରମୁଖଙ୍କ ନାଁ ରହିଛି। ରୁଷ ପକ୍ଷରୁ ଆମେରିକାର ୧୩ ଜଣଙ୍କ ମସ୍କୋ ପ୍ରବେଶ ଉପରେ ରୋକ ଲଗାଯାଇଛି।
ରୁଷ ଅଧିକାରୀ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଥିବାରୁ ମସ୍କୋ ଆଜି ପାଲଟା ପଦକ୍ଷେପ ନେଇଛି। ତେବେ ୱାଶିଂଟନ ସହ ସରକାରୀ ସମ୍ପର୍କ ରହିବ ଓ ଅତି ଜରୁରୀ ପଡ଼ିଲେ କଟକଣା ତାଲିକାରେ ବ୍ୟକ୍ତି ବିଶେଷଙ୍କ ସହ ଉଚ୍ଚସ୍ତରରେ ଯୋଗାଯୋଗ ମଧ୍ୟ କରାଯିବ ବୋଲି ରୁଷ ବୈଦେଶିକ ମନ୍ତ୍ରଣାଳୟ କହିଛି।
ଏହାବାଦ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଉପରେ ମଧ୍ୟ ସମାନ କଟକଣା ଲାଗିଛି।




admin 