ଆପ୍କୁ ଦିଲ୍ଲୀ ବିଜେପି ପଠାଇଲା ୫୦୦ କୋଟିର ମାନହାନୀ ନୋଟିସ୍

ଆପ୍କୁ ଦିଲ୍ଲୀ ବିଜେପି ପଠାଇଲା ୫୦୦ କୋଟିର ମାନହାନୀ ନୋଟିସ୍

ଆପ୍କୁ ଦିଲ୍ଲୀ ବିଜେପି ପଠାଇଲା ୫୦୦ କୋଟିର ମାନହାନୀ ନୋଟିସ୍
ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ପକ୍ଷରୁ ଆପ୍ (ଆମ ଆଦମୀ ପାର୍ଟି)କୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ କରାଯାଇଛି । ଆସନ୍ତା ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାବେଳେ ଆପ୍ର ପ୍ରଚାର ଭିଡିଓରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ନାଚୁଥିବାର ଦେଖିବାକୁ ମିଳିଛି । ତିୱାରୀଙ୍କ ଭୋଜପୁରୀ ଆଲବମ୍ ଏଡିଟ୍ କରାଯାଇ ଏହି ଭିଡିଓ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ତେବେ ତିୱାରୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ନିର୍ବାଚନ ପାଇଁ ତାଙ୍କ ଭିଡିଓକୁ ବ୍ୟବହାର କରିବାର ଅଧିକାର ଆପ୍କୁ କିଏ ଦେଲା । ତିୱାରୀ କହିଛନ୍ତି, ଏହି ଭିଡିଓ ସଂକ୍ରାନ୍ତରେ ନିର୍ବାଚନ କମିସନ୍ଙ୍କ ନିକଟରେ ଅଭିଯୋଗ କରାଯାଇଛି ଏବଂ ଏହାଦ୍ୱାରା ତିୱାରୀଙ୍କ ମାନହାନୀ ହୋଇଥିବାରୁ ଆପ୍କୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଯାଇଛି । କିନ୍ତୁ ଆପ୍ ପକ୍ଷରୁ ବିଜେପିର ଟିପ୍ପଣୀ ଉପରେ ଏଯାବତ୍ କୌଣସି ପ୍ରତିକ୍ରିୟା ରଖାଯାଇନି ।