ଆନ୍ଧ୍ରରେ ଗଠନ ହେବ ୧୩ ନୂଆ ଜିଲ୍ଲା

ଆନ୍ଧ୍ରରେ ଗଠନ ହେବ ୧୩ ନୂଆ ଜିଲ୍ଲା

ଆନ୍ଧ୍ରରେ ଗଠନ ହେବ ୧୩ ନୂଆ ଜିଲ୍ଲା

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏକ ବଡ଼ ଘୋଷଣା କରିଛନ୍ତି  । ଆନ୍ଧ୍ରପ୍ରଦେଶରେ ଆଉ ୧୩ ନୂଆ ଜିଲ୍ଲା ଗଠନ ହେବବୋଲି ସେ ଘୋଷଣା କରିଛନ୍ତି  । ଯାହାଫଳରେ ଆନ୍ଧ୍ରପ୍ରଦେଶର ବିକାଶ ହେବା ସହ ଲୋକମାନେ ସହଜରେ ସେବା ପାଇବେ ବୋଲି ଆଶା କରାଯାଉଛି  । 

ଆନ୍ଧ୍ରପ୍ରଦେଶରେ ଏବେ ୧୩ଟି ଜିଲ୍ଲା ଥିବାବେଳେ ଆଉ ୧୩ଟି ଜିଲ୍ଲା ଗଠନ କରାଯିବ  । ଫଳରେ ରାଜ୍ୟରେ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧିପାଇବ  । ସୋମବାର ଠାରୁ ଆନ୍ଧ୍ରପ୍ରଦେଶର ନକ୍ସାରେ ଏହି ନୂଆ ୧୩ ଜିଲ୍ଲା ସ୍ଥାନ ପାଇବ  । ବିଜୟନଗରମ, ବିଶାଖାପାଟନମ, ପଶ୍ଚିମ ଗୋଦାବରୀ, ପୂର୍ବ ଗୋଦାବରୀ, ଗୁଣ୍ଟୁର, କୁର୍ଣ୍ଣୁଲ, ଅନନ୍ତପୁର, ଚିତ୍ତୋର, କଡ଼ପା ଓ କ୍ରୀଷ୍ଣା ଜିଲ୍ଲାର ବିଭାଜନ ହୋଇ ଏହି ନୂତନ ଜିଲ୍ଲା ଗଠନ କରାଯିବ  । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏହି ଜିଲ୍ଲାର ଉଦଘାଟନ କରିବେ  । ନବଗଠିତ ଜିଲ୍ଲାଗୁଡ଼ିକରେ ଏସପି, ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କ ନିଯୁକ୍ତି ନେଇ ପଦକ୍ଷେପ ନିଆଯାଉଛି  । ବିଶାଖାପାଟ୍ଟନମଙ୍କୁ ୩ ଭାଗ କରି ଅନକପଲ୍ଲୀ ଓ ଅଲ୍ଲୁରୀ ସୀତାରାମ ନାମକ ଦୁଇଟି ଜିଲ୍ଲା ଗଠନ କରାଯିବ  । ସେହିପରି ପଶ୍ଚିମ ଗୋଦାବରୀ ଜିଲ୍ଲା ୨ ଭାଗ ହୋଇ କକିନାଡ଼ ଓ କୋନସୀମା କରାଯିବ  । ଏହାଛଡ଼ା ଗୁଣ୍ଟୁର ଜିଲ୍ଲାରୁ ପାଲନାଡ଼ୁ ଓ ବାପତ୍ଲା ନାମକ ୨ ଜିଲ୍ଲା ଗଠନ ହେବବୋଲି ଜାଣିବାକୁ ମିଳିଛି  ।