ରୁଷ ସୈନିକଙ୍କୁ ବିଷ ଦେଇ ମାରିଦେଲେ

ରୁଷ ସୈନିକଙ୍କୁ ବିଷ ଦେଇ ମାରିଦେଲେ

ରୁଷ ସୈନିକଙ୍କୁ ବିଷ ଦେଇ ମାରିଦେଲେ

କିଭ : ରୁଷ ସୈନିକଙ୍କ ବିରୋଧରେ ଖାଲି ୟୁକ୍ରେନ ସେନା ନୁହେଁ ନାଗରିକମାନେ ବି ଲଢିବା ଆରମ୍ଭ କରିଦେଇଛନ୍ତି  । ରୁଷ ସୈନ୍ୟଙ୍କୁ ପାଉଁରୁଟିରେ ବିଷ ମିଶାଇ ୟୁକ୍ରେନ ନାଗରିକ ମାରିଦେଇଛନ୍ତି  । ବିଷକ୍ରିୟା ଯୋଗୁଁ ୨ ଜଣ ରୁଷ ସୈନିକ ମରି ଯାଇଥିବାବେଳେ ୨୮ ଜଣ ଗୁରୁତର ଭାବେ ହସପିଟାଲରେ ଚିକିତ୍ସିତ ହେଉଥିବା ଜାଣିବାକୁ ମିଳିଛି  ।

ଖାରକିଭ ସହର ନିକଟସ୍ଥ ଇଜିୟମ ସହରରେ ଏହି ଘଟଣା ଘଟିଛି । ସୈନ୍ୟମାନଙ୍କୁ ଳୋକମାନେ ଉପହାର ସ୍ୱରୂପ ପାଉଁରୁଟି ଖାଇବାକୁ ଦେଇôଥଲେ  । ଭୋକିଲା ସୈନିକମାନେ କିଛି ଜାଣିନପାରି ଏହାକୁ ଖାଇଥିଲେ । ଏହାପରେ ରୁଷର ତୃତୀୟ ମୋଟର ରାଇଫଲ ଡିଭିଜନର ଦୁଇଜଣ ସୈନ୍ୟ ପ୍ରାଣ ହରାଇଥିଲେ  । ଖାରକିଭ ନିକଟବର୍ତ୍ତୀ ଇଜିୟମ ସହରରେ ନାଗରିକଙ୍କ ଦ୍ୱାରା ଏହି ପାଉଁରୁଟି ଦିଆଯାଇଥିଲା ବୋଲି ୟୁକ୍ରେନର ଗୁଇନ୍ଦା ପକ୍ଷରୁ କୁହାଯାଇଛି  ।

ସେହିପରି ୨୮ ଜଣ ସୈନିକ ଏବେ ଆଇସିୟୂରେ ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି  । ଏହା ପୂର୍ବରୁ ୫୦୦ ରୁଷୀୟ ସୈନ୍ୟ ବିଷମିଶ୍ରିତ ମଦ୍ୟପାନ କରିବା ପରେ ଆହତ ହୋଇଛନ୍ତି  ।