ଡ୍ରଗ୍ସ ପାର୍ଟିରେ ଧରାହେଲେ ସୁପରଷ୍ଟାରଙ୍କ ଝିଅ

ଡ୍ରଗ୍ସ ପାର୍ଟିରେ ଧରାହେଲେ ସୁପରଷ୍ଟାରଙ୍କ ଝିଅ

ଡ୍ରଗ୍ସ ପାର୍ଟିରେ ଧରାହେଲେ ସୁପରଷ୍ଟାରଙ୍କ ଝିଅ

ହାଇଦ୍ରାବାଦ : ସାଉଥ ସୁପରଷ୍ଟାର ଚିରଞ୍ଜିବୀଙ୍କ ଝିଆରୀ ନିହାରିକା କୋନିଡେ଼ଲା ରେଭ ପାର୍ଟିରେ ଧରାପଡ଼ିଛନ୍ତି  । ବଲିଉଡ଼ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ପୂର୍ବରୁ ରେଭ ପାର୍ଟିରେ ଧରାପଡ଼ିଥିବାବେଳେ ଏବେ ଚିରଞ୍ଜିବୀଙ୍କ ଝିଆରୀ ଧରା ହେବା ପରେ ସିନେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି  ।

ନିହାରିକା ହେଉଛନ୍ତି ତେଲୁଗୁ ଅଭିନେତା ନାଗା ବାବୁଙ୍କ ଝିଅ  । ତେବେ ଏନେଇ ନାଗାବାବୁ କହିଛନ୍ତିଯେ, ତାଙ୍କ ଝିଅର ଡ୍ରଗ୍ସ ସହ କୌଣସି ସମ୍ପର୍କ ନାହିଁ  । ସେହିପରି ତେଲୁଗୁ ଗାୟକ ତଥା ବିଗବସ ତେଲୁଗୁର ବିଜେତା ରାହୁଲ ସିପଲିଗୁଞ୍ଜ ବି ଧରା ପଡ଼ିଛନ୍ତି  । ନିକଟରେ ସେ ଡ୍ରଗ୍ସ ବିରୋଧରେ ଏକ ଥିମ ସଙ୍ଗ ଗାଇ ଚର୍ଚ୍ଚା ସୃଷ୍ଟିକରିଥିଲେ  । ହାଇଦ୍ରାବାଦରେ ଧରାପଡ଼ିଥିବା ଏହି ଡ୍ରଗ୍ସ ପାର୍ଟିରେ ବଡ଼ ବଡ଼ ପୁଲିସ ଅଧିକାରୀଙ୍କ ପିଲାଙ୍କ ସହ ରାଜନେତାଙ୍କ ପିଲା ମଧ୍ୟ ଅଛନ୍ତି  । ତେଲଗୁ ଦେଶମ ପାର୍ଟିର ଜଣେ ସାଂସଦଙ୍କ ପୁଅ ମଧ୍ୟ ପାର୍ଟିରେ ଥିବା ଜଣାପଡ଼ିଛି  । ସେହିପରି ତେଲେଙ୍ଗାନା କଂଗ୍ରେସ ନେତା ଅଞ୍ଜନ କୁମାର ଯାଦବଙ୍କ ପୁଅ ମଧ୍ୟ ଧରାପଡ଼ିଛନ୍ତି  । ତେବେ ତାଙ୍କ ପୁଅ ସାଙ୍ଗର ଜନ୍ମଦିନ ପାର୍ଟିକୁ ଯାଇଥିଲା  । ତାକୁ ମିଛରେ ଯୋଡ଼ି ଫସାଯାଉଛି ବୋଲି ସେ କହିଛନ୍ତି  ।

ହାଇଦ୍ରାବାଦର ବଞ୍ଜାରା ହିଲରେ ରାଡ଼ିସନ ବ୍ଲୁ ନାମକ ଏକ ପଞ୍ଚ ତାରକା ହୋଟେଲରେ ରେଭ ପାର୍ଟି ହେଉଥିବାବେଳେ ପୁଲିସ ଚଢ଼ାଉ କରିଥିଲା  । ଏଥିରେ ସାମିଲ ଥିବା ୧୪୨ ଜଣଙ୍କୁ ପୁଲିସ ଅଟକ ରଖିଛି  । ଗିରଫ ବ୍ୟକ୍ତିଙ୍କ ଠାରୁ କୋକେନ, ଗଞ୍ଜେଇ, ଏଲଏସଡ଼ି ଓ ୱିଡ଼ ଜବତ କରାଯାଇଛି  ।  ଏହି ମାମଲାରେ ସମସ୍ତଙ୍କୁ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଥିଲେବି ହୋଟେଲ ମ୍ୟାନେଜର ଓ ମାଲିକଙ୍କୁ ଗିରଫ କରାଯାଇଛି  ।