ଆଜି ବଣ୍ଟାହେବ କାଳିଆ ଟଙ୍କା

ଆଜି ବଣ୍ଟାହେବ କାଳିଆ ଟଙ୍କା

ଆଜି ବଣ୍ଟାହେବ କାଳିଆ ଟଙ୍କା

ଭୁବନେଶ୍ୱର: ଚାଷୀ କୂଳର ବଡ ପର୍ବ ଅକ୍ଷୟ ତୃତୀୟା। ଏହି ଅବସରରେ ରାଜ୍ୟ ସରକାର ଚାଷୀମାନଙ୍କୁ ବଡ ଭେଟି ଦେବେ ବୋଲି ଘୋଷଣା କରିଛନ୍ତି । ୪୦ଲକ୍ଷ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ସହାୟତା ବାବଦକୁ କାଳିଆ ଯୋଜନାରେ ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭୂମିହୀନ ଓ ଭାଗଚାଷୀଙ୍କୁ ଏହି ସହାୟତା ଅର୍ଥ ବଣ୍ଟାଯିବ । ମଙ୍ଗବାର ଅପରାହ୍ନରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସିଧା ଚାଷୀଙ୍କ ପାଖକୁ ଯିବ ଟଙ୍କା । 

ଏ ବାବଦକୁ ମୋଟ ୮୦୦ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଅକ୍ଷୟ ତୃତୀୟା ଅବସରରେ ସୁଗମ ପୋର୍ଟାଲ, କୃଷକ ଓଡିଶା ପୋର୍ଟାଲ, ଓଡିଶା ମିଲେଟ ମିଶନର ସମ୍ପ୍ରସାରଣ କାର୍ୟ୍ୟକ୍ରମର ଶୁଭାରମ୍ଭ ସହ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ଆଜି ସାଢେ ୧ଟାରେ ଦିଲ୍ଲୀରୁ ଫେରି ଭୁବନେଶ୍ୱରରେ ପହଞ୍ଚିବେ । ଏହାପରେ ଅପରାହ୍ନରେ ନବୀନ ନିବାସରୁ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାଳିଆ ସହାୟତା ଟଙ୍କା ବଣ୍ଟନ କରିବେ ।