ଦେଶରେ ୨୪ ଘଣ୍ଟାରେ ୨୫୮୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୫୮୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୨୫୮୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ କିଛି ଦିନ ଦେଶରେ ହେବ କରୋନା ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହେଉଥିଲା । କିଛି ଦେଶ ଗୁଡକରେ କରୋନା ସ୍ଥିତି ଅଣାୟତ୍ତ ହେଉଛି । ତେଣୁ କରୋନାର ଚତୁର୍ଥ ଲହର ଆସିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ହଜାର ୫୮୬ ଜଣ ନୂଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି ।

ଏଥିସହ ୨୦ ଜଣଙ୍କ ମୃତୁ୍ୟ ଘଟିଛି । ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪କୋଟି ୩୦ଲକ୍ଷ ୮୪ହଜାର ୯୧୩ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଏବେ ସୁଦ୍ଧା ଦେଶରେ ୪କୋଟି ୨୫ଲକ୍ଷ ୩୦ହଜାର ୮୮୭ଜଣ ଲୋକ ସୁସ୍ଥ ହୋଇଥିବାବେଳେ ୧୯,୧୩୭ସକ୍ରିୟ ମାମଲା ରହିଛି । ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୫ଲକ୍ଷ ୨୩ହଜାର ୮୮୯କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହାର ମୁକାବିଲା ପାଇଁ ଦେଶରେ ଟିକାକରଣ ପ୍ର୍ରକ୍ରିୟା ମଧ୍ୟ ଜାର ରହିଛି ।