ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା

ଟ୍ରମ୍ପଙ୍କ ବିରୋଧରେ  ମହାଭିଯୋଗ  ପ୍ରକ୍ରିୟା
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ "ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍'ର ଅଧ୍ୟକ୍ଷ ନେନ୍ସି ପେଲୋସି ସଂସଦୀୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ପେଲୋସି କହିଛନ୍ତି ଯେ ଟ୍ରମ୍ପ୍ ତାଙ୍କର ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ ଜୋ ବାଇଡେନଙ୍କୁ କ୍ଷତି ପହଞ୍ଚାଇବାକୁ ବିଦେଶୀ ଶକ୍ତିର ବ୍ୟବହାର କରି ନିଜ ପଦର ଗରିମା ଏବଂ ଶପଥକୁ ଉଲ୍ଲଂଘନ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତିଙ୍କ ଉପରେ ଚାପ ସୃଷ୍ଟି କରି ଟ୍ରମ୍ପ୍ ବାଇଡେନଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବାକୁ ଚାହୁଥିଲେ ବୋଲି ପେଲୋସି କହିଛନ୍ତି । ତେଣୁ ଆମେରିକା ସଂସଦ ଏହି ମହାଭିଯୋଗ ଉପରେ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ କରୁଛନ୍ତି ବୋଲି ସେ ଘୋଷଣା କରିଛନ୍ତି । ମହାଭିଯୋଗ ନେଇ ଟ୍ରମ୍ପ୍ ଆଜି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନର ୧୪ ମାସ ପୂର୍ବରୁ ଡେମୋକ୍ରାଟମାନେ ଏବେ ବିପଜ୍ଜନକ ଖେଳ ଆରମ୍ଭ କରିଛନ୍ତି । ମହାଭିଯୋଗ ମାମଲା କେବଳ ଏକ ଷଡ଼ଯନ୍ତ୍ର ଥିବାରୁ ଏହା ପଣ୍ଡ ହେବ ବୋଲି କହିଛନ୍ତି । ଏଭଳି ଷଡ଼ଯନ୍ତ୍ର ମୋର ପୁନଃ ବିଜୟ ସଂଭାବନାକୁ ଆହୁରି ବଢ଼ାଇବ ବୋଲି ଟ୍ରମ୍ପ୍ କହିଛନ୍ତି ।