ଦେବେଗୌଡାଙ୍କ ପାଇଁ ବାଟ ଛାଡିଲେ କଂଗ୍ରେସ ପ୍ରାର୍ଥୀ

ଦେବେଗୌଡାଙ୍କ ପାଇଁ ବାଟ ଛାଡିଲେ କଂଗ୍ରେସ ପ୍ରାର୍ଥୀ

ଦେବେଗୌଡାଙ୍କ ପାଇଁ ବାଟ ଛାଡିଲେ କଂଗ୍ରେସ ପ୍ରାର୍ଥୀ
କର୍ଣ୍ଣାଟକ:ଆଗାମୀ ଲୋକସଭା ନିର୍ବାଚନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ୍ ମୁଖ୍ୟ ତଥା ଏଚ.ଡି ଦେବେଗୌଡା ତମୁକର ଆସନରୁ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟରେ ଜେଡିଏସ୍ ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଏହି ଆସନ ଦେବେଗୌଡାଙ୍କ ପାଇଁ କଂଗ୍ରେସ ଛାଡି ଦେଇଥିଲା । ମାତ୍ର ଦଳର ଏଭଳି ନିଷ୍ପତିରେ ଘୋର ଅସନ୍ତୋଷ ପ୍ରକାଶ କରି ବରିଷ୍ଠ କଂଗ୍ରେସ ନେତା ତଥା ଏହି ଆସନରୁ ସାଂସଦ ଥିବା ଏସପି ମୁଦାହନୁମେଗୌଡା ନିଜର ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ । ମାତ୍ର ଦଳ ତାଙ୍କୁ ବୁଝାଇ ମନାଇବା ପରେ ସେ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିଲେ । ଫଳରେ ଦେବେଗୌଡାଙ୍କ ପାଇଁ ରାସ୍ତା ସଫା ହୋଇଯାଇଛି । ବୁଝାମଣା ଅନୁସାରେ ଜେଡିଏସ ୮ଟି ଆସନରେ ପ୍ରାର୍ଥୀ ଦେଇଛି ।