ହକି ଖେଳିବାବେଳେ ୨ ଜୀବନ ଚାଲିଗଲା ଏମିତି

ହକି ଖେଳିବାବେଳେ ୨ ଜୀବନ ଚାଲିଗଲା ଏମିତି

ହକି ଖେଳିବାବେଳେ ୨ ଜୀବନ ଚାଲିଗଲା ଏମିତି

ସୁନ୍ଦରଗଡ଼ : ହକି ଖେଳିବା ବେଳେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ। ସୁନ୍ଦରଗଡ଼ ରାଜଗାଙ୍ଗପୁର ଅଲଣ୍ଡା ପଞ୍ଚାୟତ ଗରିଆମାଲ ଗାଁରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ଗରିଆମାଲ ଗାଁରେ ଥିବା ଏକ ପଡିଆରେ ହକି ଖେଳ ଚାଲିଥିଲା । ଠିକ୍‌ ଏହି ସମୟରେ ପଡିଆ ପାଖରେ ଥିବା ଏକ ଲୁହା ପାଇପକୁ ସ୍ଥାନାନ୍ତରଣ ବେଳେ ଘଟିଲା ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ଜଣଙ୍କ ଜୀବନ । ଦୁଇ ମୃତକ ହେଲେ ସୁଯଲ ଏକା ଓ ବିରେନ୍ଦ୍ର କୁଜୁର । ମୃତ୍ୟୁ ଖବର ଶୁଣି ପୁରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଯାଇଛି ।