ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ

ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ

ଅଭୟକାନ୍ତ ଓ ଆକାଶ ପାଠକଙ୍କୁ ଜାମିନ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ହୋଇଥିବା ପାଠକ ବାପ ପୁଅଙ୍କୁ ଜାମିନ ମିଳିଛି । ଆଇଏଫଏସ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ ଭିଜିଲାନ୍ସ କୋର୍ଟ ଜାମିନ ଦେଇଛନ୍ତି । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦେଇନଥିବାରୁ ଜାମିନ ମିଳିଥିବା ଜଣାପଡ଼ିଛନ୍ତି । ଜାମିନ ପାଇଥିଲେବି ସେମାନେ ଜେଲରୁ ମୁକୁଳି ପାରିବେ ନାହିଁ । କ୍ରାଇମବ୍ରାଂଚରେ ବି ସେମାନଙ୍କ ନାମରେ ସଂଗୀନ ଅଭିଯୋଗ ଥିବାବେଳେ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟଯେ, ବରିଷ୍ଠ ଆଇଏଫଏସ ଅଭୟ କାନ୍ତ ପାଠକ ନିଜ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା । ସେହିପରି ତାଙ୍କ ପୁଅ ଆକାଶ ପାଠକ ବି ନିଯୁକ୍ତି ନାମରେ ଠକେଇ କରିଛନ୍ତି । ଟାଟାର ଅଧିକାରୀ କହି ସେ ଅନେକଙ୍କୁ ଠକିଛନ୍ତି । ଅପରପକ୍ଷରେ ଆକାଶଙ୍କ ବାହାଘର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ସହ ସ୍ଥିର ହୋଇଥିଲା । ଏନେଇ ତଦନ୍ତ ହେବା ବେଳେ ପ୍ରଦୀପଙ୍କର ସଂପୃକ୍ତି ଥିବାନେଇ ଅଭିଯୋଗ ହୋଇଥିଲା । ଫଳରେ ପାଠକ ବାପ ପୁଅଙ୍କ ସହ ପ୍ରଦୀପଙ୍କୁ ମଧ୍ୟ ଗିରଫ କରାଯାଇ ଜେଲ ପଠାଯାଇଥିଲା । ଏନେଇ କ୍ରାଇମବ୍ରାଂଚ ବି ତଦନ୍ତ କରିବା ସହ ପରସ୍ପରଙ୍କୁ ମୁହାଁମୁହିଁ ଜେରା କରିଛି । ଏବେ ସେମାନେ ଝାରପଡ଼ା ଜେଲରେ ରହିଛନ୍ତି ।