ରାଜଭବନ ଘେରିଲା କଂଗ୍ରେସ
ରାଜଭବନ ଘେରିଲା କଂଗ୍ରେସ
admin
Oct 31, 2019 - 09:37
Updated: Oct 31, 2019 - 09:37
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲାରେ ଗୁରୁବାର କଂଗ୍ରେସ ରାଜବନ ଘେରାଉ କରିଛି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ମଧ୍ୟ ଦିଆଯାଇଛି । ଏହି ଧାରଣାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ନେତା ଓ କର୍ମୀ ସାମିଲ ଅଛନ୍ତି । ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି ।
ପୂର୍ବରୁ ଏହି ମାମଲାରେ ବିଜେପି ପକ୍ଷରୁ ଯାଜପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୬ ତାରିଖରେ ପିଇଓ ସ୍ମିତାରାଣୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଏକ ଘରୁ ଉଦ୍ଧାର କରାଯାଇଥିଲା । ସେ ଘରଟି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସ୍ ବୋଲି ଜଣାପଡ଼ିଥିଲା । ପ୍ରଥମେ ଏହାକୁ ଏକ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । କିନ୍ତୁ ଏହାକୁ ନେଇ ବିଭିନ୍ନଆଡ଼ୁ ସନ୍ଦେହ ପ୍ରକାଶ ପାଇଥିଲା । ଶେଷରେ ପୋଲିସ ରୂପେଶଙ୍କୁ ଗିରଫ କରିଥିଲା । ରୂପେଶଙ୍କ ସହ ସ୍ମିତାଙ୍କର ଅନୈତିକ ସମ୍ପର୍କ ଥିଲା ବୋଲି ଏସ୍ପି କହିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ତୀବ୍ର ସମାଲୋଚନା କରାଯାଇଛି ।