ବିଦୁ୍ୟତ ଆଘାତରେ ୩ ମୃତ

ବିଦୁ୍ୟତ ଆଘାତରେ ୩ ମୃତ

ବିଦୁ୍ୟତ ଆଘାତରେ ୩ ମୃତ
ସାଲେପୁର: ଘରେ ଲୁଗା ଶୁଖାଉଥିବାବେଳେ ବିତୁ୍ୟତ ଆଘାତ ଲାଗିବାରୁ ୩ ଜଣଙ୍କ ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଶୁକ୍ରବାର ଘଟିଛି । ବିଦୁ୍ୟତ ଆଘାତରେ ଶାଶୁ ଓ ୨ ବୋହୂଙ୍କ ମୃତୁ୍ୟ ଘଟିଛି । ସାଲେପୁର ଥାନା ବେଡେଇ ଅଞ୍ଚଳରେ ଏହି ଅଘଟଣ ଘଟିଛି । ଘରେ ଲୁଗା ଶୁଖାଉଥିବାବେଳେ ବଡ଼ ବୋହୂଙ୍କୁ ବିଦୁ୍ୟତ ଆଘାତ ଲାଗିଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ପ୍ରଥମେ ଶାଶୁ ଯାଇଥିଲେ । ତାଙ୍କୁ ବି ବିଦୁ୍ୟତ ଆଘାତ ଲାଗିଥିଲା । ଉଭୟଙ୍କୁ ବଞ୍ଚାଇବାକୁ ଯାଇ ସାନ ବୋହୂ ଯାଇଥିଲେ । ଏମିତି ସମସ୍ତେ ବିଦୁ୍ୟତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଥିଲା । ମୃତା ମହିଳାମାନେ ହେଲେ: ଶାଶୂ, ବିଚିତ୍ରାନନ୍ଦ ମଳିକଙ୍କ ୭୦ ବର୍ଷୀୟ ପତ୍ନୀ ସୀତା, ତାଙ୍କର ୨୯ ବର୍ଷୀୟ ବଡ଼ବୋହୂ ନନ୍ଦିତା ଏବଂ ୨୫ ବର୍ଷୀୟ ସାନବୋହୂ ପୁଷ୍ପଲତା। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବଡ଼ବୋହୂ ନନ୍ଦିତା ଘର ନିକଟରେ ଟଣାଯାଇଥିବା ଖଣ୍ଡେ ଜିଆଇ ତାରରେ ଓଦାଲୁଗା ଶୁଖାଉଥିବା ବେଳେ ବିଜୁଳି ଆଘାତ ପାଇ ଥରି ଉଠିଥିଲେ। ଏକଥା ଦେଖି ପାଖରେ ଥିବା ଶାଶୂ ସୀତା ତାଙ୍କୁ ଟାଣି ଆଣିବାକୁ ଯାଇ ବିଜୁଳି ଆଘାତ ପାଇଥିଲେ। ଶାଶୂ ଓ ଜାଆଙ୍କର ଦୁର୍ଦ୍ଦଶା ଦେଖି ସାନବୋହୂ ପୁଷ୍ପଲତା ମଧ୍ୟ ଧାଇଁ ଯାଇ ସେମାନଙ୍କୁ ଟାଣି ଆଣିବାକୁ ଉଦ୍ୟମ କରି ବିଜୁଳି ଆଘାତ ପାଇଥିଲେ। ପଡ଼ୋଶୀମାନେ ତିନୋଟି ଅଟୋରିକ୍ସା ଯୋଗେ ତିନିଜଣଙ୍କୁ ଅଚେତ ଅବସ୍ଥାରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେମାନେ ମୃତା ବୋଲି ଡାକ୍ତରମାନେ ଘୋଷଣା କରିଛନ୍ତି।