ଅନଲାଇନ ଗେମ୍ ଖେଳରେ ଜୀବନ ଗଲା

ଅନଲାଇନ ଗେମ୍ ଖେଳରେ ଜୀବନ ଗଲା

ଅନଲାଇନ ଗେମ୍ ଖେଳରେ ଜୀବନ ଗଲା
ଭୁବନେଶ୍ୱର : ଅନଲାଇନ ଖେଳ ମାୟାରେ ଯୁବପୀଢ଼ି ବାୟା ହୋଇଯାଇଛନ୍ତି । ଏମିତିକି ଅନଲାଇନ ଖେଳ ପାଇଁ ଅନେକଙ୍କ ଜୀବନ ଯାଇଥିବାବେଳେ ନିକଟରେ ଜଣେ ଯୁବକ ଏଥିପାଇଁ ପ୍ରାଣ ହରାଇଛନ୍ତି । ଅନଲାଇନ ଖେଳରେ ହାରିଗଲେ ବୋଲି ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଘଟଣାଟି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର ପଥରପୁଞ୍ଜି ଗାଁରେ ଘଟିଛି । ନିରଞ୍ଜନ ଷଡ଼ଙ୍ଗୀଙ୍କ ପୁଅ ତୋଫାନ ପୁରୀର ଏକ ଆଇଆଇଟିରେ ପଢ଼ୁଥିଲେ । ଲକଡାଉନ ପାଇଁ ନିଜ ଗାଁରେ ରହୁଥିଲେ । ହେଲେ ସେ ଫ୍ରି ଫାୟାର ନାମକ ଏକ ଅନଲାଇନ ଖେଳକୁ ଅଭ୍ୟାସରେ ପରିଣତ କରିଦେଇଥିଲେ । ଏଥିରେ ଅର୍ଥ ଉପାର୍ଜନ ହେଉଥିବାରୁ ସେ ଖେଳକୁ ଆପଣାଇ ନେଇଥିଲେ । କିନ୍ତୁ କିଛିଦିନ ହେଲା ସେ ଖେଳରେ ହାରି ଯାଉଥିଲେ । ଫଳରେ ଶୁକ୍ରବାର ସଂଧ୍ୟାରେ ସେ ଜଙ୍ଗଲରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ସେ ଛାତି ଓ ପେଟରେ ମାତ୍ରାଧିକ କଷ୍ଟ ଅନୁଭବ କରିବାରୁ କୌଣସି ମତେ ଘରକୁ ପଳାଇ ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା ।