ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ କୁକର୍ମ

ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ କୁକର୍ମ

ଛାତ୍ରୀଙ୍କୁ ଜଙ୍ଗଲ ଭିତରକୁ ଉଠାଇ ନେଇ କୁକର୍ମ
ଭୁବନେଶ୍ୱର : ବେତନଟୀ ଅଂଚଳରେ ଏମିତି ଏକ ଘଟଣା ଘଟିଛି ଯାହାକି ସମସ୍ତଙ୍କୁ ଚକିତ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ନିହାତି ଭାବେ ପ୍ରଶ୍ନ ଚିହ୍ନ ସୃଷ୍ଟିକରିବ । ସ୍କୁଲରୁ ଫେରୁଥିବାବେଳେ ଜଣେ ଛାତ୍ରୀଙ୍କୁ ବାଟରୁ ଉଠାଇ ଜଙ୍ଗଲ ଭିତରେ କୁକର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତଙ୍କୁ ଗାଁ ଲୋକେ କାବୁ କରିଥିଲେବି ସେ ଚକମା ଦେଖାଇ ଖସି ପଳାଇଥିଲା । କିନ୍ତୁ ପରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରୁ ତାକୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛି ବୈଶିଙ୍ଗା ଥାନା ଅନ୍ତର୍ଗତ ମଠସାହିର ହରିଶ୍ଚନ୍ଦ୍ର ସିଂ । ରବିବାର ଅପରାହ୍ନ ୪ଟାରେ ଜନୈକା ଛାତ୍ରୀ ଏକୁଟିଆ ସ୍କୁଲରୁ ଘରକୁ ଫେରୁଥିଲା । ସେଇ ସମୟରେ ହରିଶ୍ଚନ୍ଦ୍ର ତାକୁ ବାଟକୁ ଉଠାଇ ନେଇ ପାଖ ଜଙ୍ଗଲ ଭିତରକୁ ପଳାଇଥିଲା । ଛାତ୍ରୀଙ୍କୁ କୁକର୍ମ କରିôଥଲା । କିନ୍ତୁ ଛାତ୍ରୀଙ୍କ ପାଟି ଶୁଣି ପାଣିଶୋଳ ଗ୍ରାମର କିଛି ଯୁବକ ଓ ଗ୍ରାମବାସୀ ସେଠାରେ ପହଁଚି ଯାଇଥିଲେ । ହରିଶ୍ଚନ୍ଦ୍ରକୁ ମାଡ଼ ବି ମାରିଥିଲେ । ପୁଲିସକୁ ଦେବା ପାଇଁ ଯୋଜନା କରାଯାଇଥିବାବେଳେ ଅଭିଯୁକ୍ତ ଜଣଙ୍କ କିନ୍ତୁ ଚକମା ଦେଖାଇ ଖସି ପଳାଇଥିଲା । ପରେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ଓ ଏଏସଆଇ ସୁଶାନ୍ତ ମହାକୁଡ଼ଙ୍କୁ ନେଇ ଗଠିତ ଟିମ ତାକୁ ଗିରଫ କରିଥିଲେ । ହରିଶ୍ଚନ୍ଦ୍ର ବିବାହିତ ହୋଇଥିବାବେଳେ ତା’ନାମରେ ସଂଗୀନ ଦଫା ଲଗାଯାଇଛି । ଆଜି ବାରିପଦା ପୋକ୍ସୋ କୋର୍ଟରେ ଅପରାଧିକୁ ହାଜର କରାଯିବ ।