ଅଦାଲତ ଅବମାନନା ମାମଲାରେ ଜରିମାନା ଦାଖଲ କଲେ ପ୍ରଶାନ୍ତ ଭୂଷଣ

ଅଦାଲତ ଅବମାନନା ମାମଲାରେ ଜରିମାନା ଦାଖଲ କଲେ ପ୍ରଶାନ୍ତ ଭୂଷଣ

ଅଦାଲତ ଅବମାନନା ମାମଲାରେ ଜରିମାନା ଦାଖଲ କଲେ ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ : ଏକ ଅବମାନନା ମାମଲାର ରାୟ ଆଧାରରେ ସୁପ୍ରିମ କୋର୍ଟର ବରିଷ୍ଠ ଓକିଲ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ତାଙ୍କ ଉପରେ ଅଦାଲତଙ୍କ ପକ୍ଷରୁ ଧାର୍ୟ୍ୟ କରାଯାଇଥିବା ୧ ଟଙ୍କାର ଜରିମାନା ରାଶିକୁ ଆଜି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି । ଉଲ୍ଲେଖଯୋଗ୍ୟ, ସେପ୍ଟେଟର ୧୫ ସୁଦ୍ଧା ଜରିମାନା ରାଶି ଭରଣା ନକଲେ ତାଙ୍କୁ ତିନିମାସ ଜେଲ ଏବଂ ତିନି ବର୍ଷ ପାଇଁ ନ୍ୟାୟାଳୟରେ ଓକିଲାତି କରିବାକୁ ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସୁପ୍ରିମ୍ କୋର୍ଟ ଗତ ମାସରେ ରାୟ ଶୁଣାଇ ଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ମୁତାବକ ୬୩ ବର୍ଷୀୟ ପ୍ରଶାନ୍ତ ଭୂଷଣ ଆଜି ଏକ ଡିମାଣ୍ଡ ଡ୍ରାଫ୍ଟ ମାଧ୍ୟମରେ ୧ ଟଙ୍କାର ଜରିମାନା ରାଶି ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ଦାଖଲ କରିଛନ୍ତି। ତେବେ ଜରିମାନା ଦାଖଲ କରିଥିଲେ ମଧ୍ୟ ମାମଲାର ପୁନର୍ବିଚାର ପାଇଁ ଆବେଦନ କରିବେ ବୋଲି ଭୂଷଣ କହିଛନ୍ତି ।