ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଏହି ସବୁ ଜିନିଷ, ଜାଣନ୍ତୁ କ’ଣ

ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଏହି ସବୁ ଜିନିଷ, ଜାଣନ୍ତୁ କ’ଣ

ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଏହି ସବୁ ଜିନିଷ, ଜାଣନ୍ତୁ କ’ଣ
ଭୁବନେଶ୍ୱର: ଅଙ୍ଗନବାଡ଼ିରେ ପ୍ରାକ ବିଦ୍ୟାଳୟ ଶିକ୍ଷା ଲାଭ କରୁଥିବା ୩ ରୁ ୬ ବର୍ଷ ବସୟର ଶିଶୁଙ୍କ ପାଇଁ ଚଳିତ ବର୍ଷଠାରୁ ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଓ ସ୍ୱେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ଯୋଜନାରେ ରାଜ୍ୟରେ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଶିଶୁଙ୍କୁ ଜୋତା, ମୋଜା ଓ ଶୀତ ବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି । ୧୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୭୨ ହଜାର ୫୮୭ ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨ ହଜାର ୪୮୫ ଟି କେନ୍ଦ୍ରରେ ଶିଶୁଙ୍କୁ ଏକ ହଳ ଜୋତା, ମୋଜା ଏବଂ ଗୋଟିଏ ସ୍ୱେଟର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁଯାୟୀ ପିଲାଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ ବିଶିଷ୍ଟ ପୁରା ହାତର ସ୍ୱେଟର ପ୍ରଦାନ କରାଯାଇଛି । ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ୱେଟର ଦେବା କାର୍ୟ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।