ଏମିତି ବି ଆସେ ମୃତ୍ୟୁ : ଦୋକାନ ଉପରେ ଟ୍ରକ ଚଢି ଦୁଇ ଜଣଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ : ଦୋକାନ ଉପରେ ଟ୍ରକ ଚଢି ଦୁଇ ଜଣଙ୍କ ମୃତ୍ୟୁ

ଏମିତି ବି ଆସେ ମୃତ୍ୟୁ : ଦୋକାନ ଉପରେ ଟ୍ରକ ଚଢି ଦୁଇ ଜଣଙ୍କ ମୃତ୍ୟୁ
କେନ୍ଦୁଝର: ଏମିତି ବି ଆସିପାରେ ମୃତ୍ୟୁ । ଏକ ଦୋକାନ ଉପରେ ଟ୍ରକ ଚଢିଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡ଼ ଦୋକାନ ଉପରେ ଏକ ଟ୍ରକ ମାଡ଼ିଯାଇଛି । ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ଦୋକାନୀ ଓ ଟ୍ରକ ହେଲପର ଅଛନ୍ତି । କେନ୍ଦୁଝର ସଦର ଥାନା ଶୁଆକାଠି ଛକରେ ଏହି ଦୁର୍ଘଟଣା ଘଟିଛି । ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।