ଏଥର ବି ରହିବନି ପ୍ରଶ୍ନକାଳ

ଏଥର ବି ରହିବନି ପ୍ରଶ୍ନକାଳ

ଏଥର ବି ରହିବନି ପ୍ରଶ୍ନକାଳ
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ଶେଷ ହୋଇଛି । ତେବେ ଆସନ୍ତା ୨୦ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନରେ କୋଭିଡ ପାଇଁ ପ୍ରଶ୍ନକାଳ ରହିବ ନାହିଁ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହାଛଡ଼ା ପ୍ରତି ଦିନ ଅଧିବେଶନ ସାଢେ ୪ ଘଣ୍ଟାରେ ସୀମିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଆସନ୍ତା ୨୦ରେ ଅତିରିକ୍ତ ବଜେଟ ଉପସ୍ଥାପିତ ହେବ । କୋଭିଡ ସ୍ଥିତିକୁ ଦେଖି ବିଧାୟକଙ୍କ ବସିବା ସ୍ଥାନ ନିରୂପଣ ହେବ । ବରିଷ୍ଠ ବିଧାୟକମାନେ ଚାହିଁଲେ ଭିସିରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।