‘ଏହା କରୋନାର ଦ୍ୱିତୀୟ ଲହର ନୁହେଁ ଏ ସୁନାମୀ’

‘ଏହା କରୋନାର ଦ୍ୱିତୀୟ ଲହର ନୁହେଁ ଏ ସୁନାମୀ’

‘ଏହା କରୋନାର ଦ୍ୱିତୀୟ ଲହର ନୁହେଁ ଏ ସୁନାମୀ’
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ । ଏହି କଥା କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି । କରୋନା ମୁକାବିଲା ନେଇ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ମେ’ ମଧ୍ୟ ସୁଦ୍ଧା ପିକ୍ ସମ୍ଭାବନା, କେମିତି ପ୍ରସ୍ତୁତ ଅଛ ? ଏହା ଦ୍ୱିତୀୟ ଲହର ନୁହେଁ ସୁନାମୀ ଅଟେ ବୋଲି ଦିଲ୍ଲୀ ହାଇକୋଟ କହିଛନ୍ତି । କରୋନା ସଙ୍କଟ ସମୟରେ ବିରୋଧୀ ନ ହୋଇ କେନ୍ଦ୍ର ରାଜ୍ୟ ମିିଳିତ ଭାବେ କାମ କରନ୍ତୁ ବୋଲି ପରାମର୍ଶ ଦେଲେ ଦିଲ୍ଲୀ ହାଇକୋର୍ଟ । ଅକ୍ସିଜେନ ଆଣିବାକୁ ସବୁ ସମ୍ଭବ ପ୍ରୟାସ କରନ୍ତୁ । ଅକ୍ସିଜେନରେ ଯିଏ ବାଧା ଦେବ , ତାକୁ କ୍ଷମା ଦିଆଯିବ ନାହିଁ । ହସ୍ପିଟାଲର ଦାବି ଅନୁସାରେ ସୁରକ୍ଷା ପ୍ରଦାନ କରାଯାଉ । ଯଦି ହସ୍ପିଟାଲରେ ହିଂସା ସୃଷ୍ଟି ହେଲା କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ ।