ୱେବ ଚାନେଲ ପଞ୍ଜୀକରଣ ନାଁରେ ଠକେଇ; ଯୁବକ ଗିରଫ

ୱେବ ଚାନେଲ ପଞ୍ଜୀକରଣ ନାଁରେ ଠକେଇ; ଯୁବକ ଗିରଫ

ୱେବ ଚାନେଲ ପଞ୍ଜୀକରଣ ନାଁରେ ଠକେଇ; ଯୁବକ ଗିରଫ
ଭୁବନେଶ୍ୱର: ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ବୋଲି ପରିଚୟ ଦେଇ ଜଣେ ମହିଳାଙ୍କଠାରୁ ୯୭ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗରେ ଏୟାରପୋର୍ଟ ପୁଲିସ ଜଣେ ଠକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ସହିଦ ନଗର ଥାନା ଅଧୀନ ବମିଖାଲ ଅଞ୍ଚଳରେ ରହୁଥିବା ରିନକନ ନାରାୟଣ । ନିଉ ଏୟାରପୋର୍ଟ ରୋଡ ଭୀମପୁର ଅଞ୍ଚଳରେ ମହିଳା ମମତା ସାମନ୍ତରାୟ ଏବଂ ତାଙ୍କ ଝିଅ ସାଇଜ୍ୟୋତି ନାୟକ ରହୁଛନ୍ତି । ସେମାନଙ୍କ ରିନକନ ଡିଡି ନୁ୍ୟଜ ଚ୍ୟାନେଲରେ ମୁଖ୍ୟ ବୋଲି ପରିଚୟ ଦେଇଥିଲେ । ତାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସହିତ ଭଲ ସମ୍ପର୍କ ରହିଛି ବୋଲି କହି ନୂତନ ୱେବ ଚ୍ୟାନେଲ ପଞ୍ଜୀକରଣ କରାଇଦେବା ଲାଗି ୯୭ ହଜାର ଟଙ୍କା ନେଇଥିଲେ । ହେଲେ ୱେବ ଚାନେଲ କରାଇ ଦେଇ ପାରିନଥିଲେ । ଏପରିକି ନେଇଥିବା ଟଙ୍କା ଫେରସ୍ତ କରି ନ ଥିଲା । ଏ ନେଇ ସାଇଜ୍ୟୋତି ଥାନାରେ ଅଭିଯୋଗ କରିବା ପରେ ରିନକନକୁ ଗିରଫ କରିଛି ।