କଂଗ୍ରେସ ଆସନରୁ ଲଢିବେ ଲାଲୁଙ୍କ ଝିଅ, ପଢନ୍ତୁ ପୁରା ଖବର
କଂଗ୍ରେସ ଆସନରୁ ଲଢିବେ ଲାଲୁଙ୍କ ଝିଅ, ପଢନ୍ତୁ ପୁରା ଖବର
admin
Dec 7, 2020 - 11:18
Updated: Dec 7, 2020 - 11:18
ରେୱାଡି : ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ କଂଗ୍ରେସ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରେୱାଡି କାଉନସିଲ ନିର୍ବାଚନ ପାଇଁ ଲାଲୁଙ୍କ ଝିଅ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ବୋହୁ ଅନୁସ୍କା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଏନେଇ ବିଦ୍ଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଆରଜେଡି ପ୍ରଂଶସକ ମାନେ ସନ୍ତୋଷ ବ୍ୟକ୍ତ କରିଛନନ୍ତି ।
ଆସନ୍ତା ୨୭ ତାରିଖରେ ରେୱାଡି କାଉନସିଲ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନରେ ପ୍ରମୁଖ ଆସନଟି ଜଣେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ ଅନୁଷ୍କାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନୁଷ୍କାଙ୍କ ପତ୍ନୀ ଚିରଞ୍ଜିବୀ ରାଓ ରେୱାଡି ଆସନରୁ ବିଧାୟକ ରହିଥିବା ଜଣାପଡିଛି ।
ଉଭୟଗ ଆରଜେଡି ଏବଂ କଂଗ୍ରେସ ମିଳିତ ଭାବରେ କଂଗ୍ରେସ ଚିହ୍ନରେ ନିର୍ବାଚନ ଲଢିବେ । ତେବେ ଅନୁଷ୍କା ସିଧାସଳଖ ନିର୍ବାଚନ ଲଢିବେ ନାହିଁ ବୋଲି ଚିରଞ୍ଜିବୀ ମତ ଦେଇଛନ୍ତି । ତେବେ ଚିରଞ୍ଜିବୀ ରେୱାଡିରେ ଉପସ୍ଥିତ ନଥିବାରୁ ବିଦ୍ଧିବଦ୍ଧ ଭାବରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ଚିରଞ୍ଜିବୀ ଫେରିବା ପରେ ଉଭୟ ଦଳର ନେତୃତ୍ୱଙ୍କ ମଧ୍ୟରେ ବୈଠକ ପରେ ନିଷ୍ପତ୍ତି ଗ୍ରହଣ କରାଯିବ ।