ବିବାହରେ ନାଚିଥାନ୍ତେ ବଲିଉଡ ହିରୋଇନ, ଚାର୍ଟର ବିମାନରେ ଆସିଥାନ୍ତେ ବରଯାତ୍ରୀ
ବିବାହରେ ନାଚିଥାନ୍ତେ ବଲିଉଡ ହିରୋଇନ, ଚାର୍ଟର ବିମାନରେ ଆସିଥାନ୍ତେ ବରଯାତ୍ରୀ
admin
Dec 7, 2020 - 11:31
Updated: Dec 7, 2020 - 11:31
ଭୁବନେଶ୍ୱର: ଧୂର୍ତ୍ତ ଆଇଏଫଏସ ଅଫିସର ଓ ତାଙ୍କ ୪୨୦-ପୁଅ ଆକାଶ ପାଠକର ବିବାହ ପାଇଁ କୋଟି କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଥିଲା । ଯାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିଛି । ରାଜସ୍ଥାନର ଉଦୟପୁରରେ ତାଜ ଲେଜ ପ୍ୟାଲେସରେ ବିବାହ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା । କେବଳ ପ୍ୟାଲେସ ଭଡା ଥିଲା ୫ କୋଟି ଟଙ୍କା । ଅଗ୍ରୀମ ଭାବେ ୨୦ ଲକ୍ଷ ଟଙ୍କା ଦିଆସରିଥିଲା । ବରଯାତ୍ରୀଙ୍କ ପାଇଁ ଚାର୍ଟର ବିମାନ, ଦାମୀ ଉପହାର ବ୍ୟବସ୍ଥା ବି ହୋଇଥିଲା । ରାଜଉଆସ ଭଳି ସାଜସଜା ଅତିଥିଙ୍କ ପାଇଁ ପଞ୍ଚତାରକା ହୋଟେଲରେ ମେନୁ ବି ତିଆରି ହୋଇଥିଲା । ଖାତି ସେତିକି ନୁହେଁ, ବିବାହ ଉତ୍ସବରେ ମେଲୋଡି କାର୍ଯ୍ୟକ୍ରମ ପାଇଁ ବଲିଉଡ ଅଭିନେତ୍ରୀ ଆସିଥାନ୍ତେ । ଏଥିପାଇଁ ବଲିଉଡର ତିନିରୁ ଚାରି ଜଣ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଯୋଗାଯୋଗ ଚାଲିଥିଲେ । କିନ୍ତୁ କରୋନା ସଂକ୍ରମଣ ପାଇଁ ସେମାନଙ୍କ ମଧ୍ୟରୁ ୩ ଜଣ ରାଜି ନଥିଲେ । ବଲିଉଡରେ କାମ କରୁଥିବା ଅନ୍ୟ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀଙ୍କ ସହ କଥାବାର୍ତ୍ତା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା । ସେହିପରି ବଲିଉଡର ନାମୀ ଦାମୀ କଣ୍ଠିଳ୍ପୀଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ ଆକାଶ । ବିବାହକୁ ଐତିହାସିକ କରିବା ପାଇଁ ପୂରା ଦମରେ ଲାଗିପଡ଼ିଥିଲେ ବାପା ପୁଅ । ବିବାହରେ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା ବୋଲି ଜଣାପଡ଼ିଥିଲା ।