୯ ମାସରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି

୯ ମାସରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି

୯ ମାସରେ ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ:  ଗତ ୯ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କା ବୃଦ୍ଧି ପାଇଛି।  ଏ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମ୍ଓ) ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩.୦୭ କୋଟିରେ ପହଞ୍ଚିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷରୁ ତାଙ୍କର ସମ୍ପତ୍ତିକୁ ନେଇ କରା ଯାଇଥିବା ଘୋଷଣା ଅନୁଯାୟୀ ଗତ ବର୍ଷ ଜୁନ୍ ମାସରେ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨.୮୫ କୋଟ ରହିଥିଲା। ଗତ ବର୍ଷ ଜୁନ୍ ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପତ୍ତିରେ ୨୨ ଲକ୍ଷ ଟଙ୍କର ଅଭିବୃଦ୍ଧି ଘଟି ଏହା ବର୍ତ୍ତମାନ ୩.୦୭ କୋଟିରେ ପହଞ୍ଚିଛି। ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ୟାଙ୍କରେ ନଗଦ ଜମାର ପରିମାଣ ୧.୫ ଲକ୍ଷ। କିନ୍ତୁ, ଗତ ବର୍ଷ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ୟାଙ୍କରେ ନଗଦ ଜମାର ପରିମାଣ ୩.୩୮ ଲକ୍ଷ ଥିହିଥିଲା। ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ଥାୟୀ ଜମାର ପରିମାଣ ୧.୮୬ କୋଟିକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ (ପିଏମଓ) ପ୍ରକାଶ କରିଛି।