ଜାତିସଂଘରେ ପାକିସ୍ତାନ, ଚୀନ ଉପରେ ବର୍ଷିଲେ ମୋଦି
ଜାତିସଂଘରେ ପାକିସ୍ତାନ, ଚୀନ ଉପରେ ବର୍ଷିଲେ ମୋଦି
ନ୍ୟୁୟର୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତିସଂଘ ମଞ୍ଚରୁ ପାକିସ୍ତାନ ନାଁ ନନେଇ ପ୍ରବଳ ବର୍ଷିଛନ୍ତି। ଏହା ସହିତ ଚୀନକୁ ମଧ୍ୟ ସେ ସମାଲୋଚନା କରିବାକୁ ପଛାଇ ନାହାନ୍ତି।
ଜାତିସଂଘ ସାଧାରଣ ପରିଷଦର ୭୬ତମ ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି ବିଶ୍ବରେ ଏପରି କିଛି ଦେଶ ଅଛନ୍ତି ଯେଉଁମାନେ ଆତଙ୍କବାଦକୁ ନିଜର ରାଷ୍ଟ୍ରୀୟ ନୀତି କରିଛନ୍ତି । କିନ୍ତୁ ସେମାନେ ଜାଣିବା ଉଚିତ ଯେ, ଆତଙ୍କବାଦ ସେମାନଙ୍କ ପାଇଁ ବି ବିପଜ୍ଜନକ । କେତେକ ଦେଶ ଆଫଗାନିସ୍ତାନ ପରିସ୍ଥିତିକୁ ନିଜର ଫାଇଦା ପାଇଁ ବ୍ୟବହାର କରୁଛନ୍ତି । ଆଫଗାନିସ୍ତାନ ମାଟି ଯେପରି ଆତଙ୍କବାଦ ପାଇଁ ବ୍ୟବହାର ନ ହୁଏ, ସେଥିପାଇଁ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ।
ସେହିପରି ପରୋକ୍ଷରେ ଚୀନକୁ ଟାର୍ଗେଟ କରି ସେ କହିଛନ୍ତି ଯେ ମହାସାଗରଗୁଡ଼ିକର ଅପବ୍ୟବହାର ହେବାକୁ ଦିଆଯିବ ନାହିଁ । ମହାସାଗରର ସୁରକ୍ଷା ଆଜିର ଏକ ଜରୁରୀ ଆବଶ୍ୟକତା । ଏ କ୍ଷେତ୍ରରେ ଜାତିସଂଘ ହସ୍ତକ୍ଷେପ କରିବା ଉଚିତ । ଜାତିସଂଘ ନିଜେ ନିଜର ଗୁରୁତ୍ବ ବଜାୟ ରଖୁ ।
ସେ କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ । ଚଳିତ ବର୍ଷ ଭାରତ ନିଜ ସ୍ବାଧୀନତାର ୭୫ତମ ବର୍ଷ ପାଳନ କରୁଛି । ଜଣେ ଚା’ବାଲା ଭାରତର ପ୍ରଧାନମନ୍ତ୍ରୀ ହେବା ଭାରତୀୟ ଗଣତନ୍ତ୍ରର ସାମର୍ଥକୁ ଦର୍ଶାଉଛି ।




admin 