୮ଟାରୁ ପୋଷ୍ଟାଲ ଭୋଟ, ସାଢେ଼ ୮ରୁ ଇଭିଏମ ଗଣତି
୮ଟାରୁ ପୋଷ୍ଟାଲ ଭୋଟ, ସାଢେ଼ ୮ରୁ ଇଭିଏମ ଗଣତି
ଭୁବନେଶ୍ୱର: ସକାଳ ୮ଟାରେ ପିପିଲି ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ସୂଚନା ଦେଇଛନ୍ତି ।
ସେହିପରି ଭୋଟ ଗଣତି ପାଇଁ ମୋଟ ୧୪ଟି ଟେବୁଲ ପ୍ରସ୍ତୁତ ହୋଇଛି । ଏନେଇ ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତି ପାଇଁ ନିୟୋଜିତ କରାଯିବ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଆଧି ଆଗରେ ରଖି ତ୍ରିସ୍ତରୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭୋଟ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ ସେନେଇ ସିଇଓ ସୂଚନା ଦେଇଛନ୍ତି । ଗଣତି ହଲ ଭିତରକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।
ଗଣତି ହଲ ଭିତରକୁ ଗଣମାଧ୍ୟମର କର୍ମଚାରୀମାନେ ପ୍ରବେଶ କରିପାରିବେ ନାହିଁ । ରାଜନୈତିକ ଦଳର ଏଜେଣ୍ଟମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିପାରିବେ ।ତେବେ କିଏ ହେବ ପିପିଲିର ବିଧାୟକ ତାହା ଭୋଟ୍ ଗଣତି ପରେ ହିଁ ଜଣାପଡିବ




admin 