କୋରାପୁଟରେ ଜନସମ୍ପର୍କ ପଦଯାତ୍ରା କରିବେ ଅପରାଜିତା
କୋରାପୁଟରେ ଜନସମ୍ପର୍କ ପଦଯାତ୍ରା କରିବେ ଅପରାଜିତା
ଭୁବନେଶ୍ୱର : ସାରା ରାଜ୍ୟରେ ସଂଗଠନ ବିସ୍ତାର କରିବାରେ ଲାଗି ପଡ଼ିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଭିନ୍ନ ଜିଲ୍ଲାଗସ୍ତ କରି ପାନ ଓଡ଼ିଶା ନେତ୍ରୀ ହେବାପାଇଁ ଅପରାଜିତା ଲକ୍ଷ୍ୟ ରଖିଛନ୍ତି । ଏହି କ୍ରମରେ ତିନିଦିନିଆ ଦକ୍ଷିଣ ଓଡ଼ିଶା ଗସ୍ତରେ ବାହାରିଛନ୍ତି ଅପରାଜିତା ।
ଅକ୍ଟୋବର ୨ ରାତିରେ ଅପରାଜିତା ଭୁବନେଶ୍ୱର-ଜୁନାଗଡ଼ ସ୍ପେଶିଆଲ ଟ୍ରେନରେ ରାୟଗଡ଼ା ଗସ୍ତ କରିବେ । ଅକ୍ଟୋବର ୩ରେ ରାୟଗଡ଼ାରୁ ସେ କୋରାପୁଟ ଯାଇ ଏକ ଜନସମ୍ପର୍କ ପଦଯାତ୍ରା କରିବେ । କୋରାପୁଟ ଜଗନ୍ନାଥ ମନ୍ଦିରରୁ ନିଶାନୀ ମୁଣ୍ଡା ପର୍ଯ୍ୟନ୍ତ ସେ ପଦଯାତ୍ରା କରିବା ପରେ ଏକ ସାଧାରଣ ସଭାରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସେଠାରେ ୟୂଥ ଫର ଆକ୍ସନ ଓ ଅଜିତାର ଏକ ବୈଠକରେ ଯୋଗଦାନ କରିବେ ବୋଲି ଜଣାପଡିଛି । ଖାଲି ସେତିକିନୁହେଁ ବିଜେପିର କାର୍ଯ୍ୟକର୍ତାମାନଙ୍କ ସହ ବୈଠକର ବି କାର୍ଯ୍ୟକ୍ରମ ରହିଛି ।
ଅକ୍ଟୋବର ୪ରେ ସାଂସଦ ଶ୍ରୀମତୀ ଷଡଙ୍ଗୀ ରାୟଗଡାରେ ଏକ ବାଇକ ରାଲି କରିବାର କାର୍ଯ୍ୟକ୍ରମ ଥିବାବେଳେ ବିଜେପି କାର୍ଯ୍ୟକର୍ତାଙ୍କୁ ଭେଟି ଆଲୋଚନା କରିବେ ।




admin 