ପିପିଲି ଉପନିର୍ବାଚନ : ଆରମ୍ଭ ହେଲା ଭୋଟ ଗଣତି

ପିପିଲି ଉପନିର୍ବାଚନ : ଆରମ୍ଭ ହେଲା ଭୋଟ ଗଣତି

ପିପିଲି ଉପନିର୍ବାଚନ : ଆରମ୍ଭ ହେଲା ଭୋଟ ଗଣତି

ଭୁବନେଶ୍ୱର : ଆଜି ପିପିଲି ଉପନିର୍ବାଚନର ଭୋଟ ଗଣତି ହେବ  । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି  । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯିବା ପରେ ଇଭିଏମ ଭୋଟ ଗଣତି କରାଯିବ  । 

ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେବ  । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିବ  । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି  ।

ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି  । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି  । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି  । ମୋଟ ଉପରେ ୧ ଲକ୍ଷ ୭୯ ହଜାର  ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉକôଣ୍ଠା ଲାଗିରହିଛି  ।