୬୨୯ ପାକ୍ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇଛି ଚୀନ୍

୬୨୯ ପାକ୍ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇଛି ଚୀନ୍

୬୨୯ ପାକ୍ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଇଛି ଚୀନ୍
ନୂଆଦିଲ୍ଲୀ : ପାକିସ୍ତାନର ବିଭିନ୍ନ ଜିଲାରୁ ଚୀନ୍ ନାଗରିକମାନେ ୬୨୯ ଜଣ ଯୁବତୀଙ୍କୁ କିଣି ଦେହବେପାରରେ ଲଗାଇ ଥିବା ତଦନ୍ତରୁ ଜଣାପଡ଼ିଛି। ବିଶେଷକରି ଦରିଦ୍ର ଶ୍ରେଣୀର ଲୋକମାନେ ଅର୍ଥଲୋଭରେ ସେମାନଙ୍କ ଝିଅକୁ ଚୀନ୍ ନାଗରିକଙ୍କୁ ବିକ୍ରି କରିଛନ୍ତି। ଦୀର୍ଘଦିନ ଧରି ଚାଲିଥିବା ଏପରି ମାନବ ଚାଲାଣ ରାକେଟଠାବ କରିଛି ପାକିସ୍ତାନ ତଦନ୍ତ ସଂସ୍ଥା। ସାମାନ୍ୟ ଅର୍ଥଲୋଭରେ ଦେଶର ଗରିବ ପରିବାର ସେମାନଙ୍କ ଝିଅକୁ ଚୀନ୍ ନାଗରିକଙ୍କ ସହ ବିବାହ କରାଇଥାନ୍ତି। ପରେ ଏମାନେ ପାକିସ୍ତାନୀ ଯୁବତୀଙ୍କୁ ଚୀନ୍ ନେଇ ଆସିଥାନ୍ତି। ଏହି ଯୁବତୀମାନଙ୍କୁ ଚୀନ୍ରେ ଥିବା ବିଭିନ୍ନ ଦେହ ବ୍ୟବସାୟୀଙ୍କୁ ବିକି ପ୍ରଚୁର ଅର୍ଥ କମାଇ ଥାନ୍ତି। ୨୦୧୮ରେ ପାକିସ୍ତାନୀ ତଦନ୍ତ ସଂସ୍ଥା ଏ ସଂକ୍ରାନ୍ତରେ ଜାଣିପାରି ତଦନ୍ତ ଆରମ୍ଭ କରିଥଲା। କେତେକ ବିଦେଶୀ ମାନବାଧିକାର ସଂସ୍ଥା ପାକିସ୍ତାନ ତଦନ୍ତ ସଂସ୍ଥାକୁ ସହଯୋଗ କରିଥିଲେ। ଚଳିତ ବର୍ଷ ଜୁନ୍ ମାସରେ ପାକିସ୍ତାନର ତଦନ୍ତ ସଂସ୍ଥା ବିଭିନ୍ନ ସ୍ଥାନରେ ଚଢାଉ କରି ଶତାଧିକ ଚୀନ୍ ନାଗରିକଙ୍କୁ ଗିରଫ କରିଥିଲା। ତେବେ ପାକିସ୍ତାନ ସରକାରଙ୍କ ଚାପରେ ଏମାନଙ୍କୁ ଛାଡ଼ି ଦିଆଯାଇଥିଲା। ପାକିସ୍ତାନ ସହ ଚୀନ୍ର ସମ୍ପର୍କ ଉତ୍ତମ ଥିବାରୁ ସ୍ଥାନୀୟ ସରକାର ଏହି ଦେଶ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରିବା ପାଇଁ ଚାହୁଁ ନାହାନ୍ତି। ଏପରିକି ଏ ସଂକ୍ରାନ୍ତରେ କୌଣସି ତଦନ୍ତ କରିବାକୁ ପାକିସ୍ତାନ ସରକାର ନିର୍ଦେଶ ଦେଇଥିବା ସେଠାକାର ତଦନ୍ତ ସଂସ୍ଥା ପ୍ରକାଶ କରିଛି। ବିଭିନ୍ନ ବିଦେଶୀ ଗଣ ମାଧ୍ୟମରେ ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ଅନ୍ତର୍ଜାତୀୟ ମାନବାଧିକାର କର୍ମୀମାନେ ଏ ସଂକ୍ରାନ୍ତରେ ସ୍ବ‌େରାତ୍ତୋଳନ କରିଛନ୍ତି।