ଲଜ୍ଜା : ଭୁବନେଶ୍ୱରରେ ଦୁଷ୍କର୍ମ

ଲଜ୍ଜା : ଭୁବନେଶ୍ୱରରେ ଦୁଷ୍କର୍ମ

ଲଜ୍ଜା : ଭୁବନେଶ୍ୱରରେ ଦୁଷ୍କର୍ମ
ଭୁବନେଶ୍ୱର: ରାଜଧାନୀରେ ଘୋର ଲଜ୍ଜା ଦେଶ ସମେତ ଏବେ ସାରା ରାଜ୍ୟରେ ଦୁଷ୍କର୍ମ ଘଟଣା ଘଟୁଛି । ହାଇଦ୍ରାବାଦ ଗଣଦୁଷ୍କର୍ମ ଏବଂ ନିର୍ମମ ହତ୍ୟା ଦେଶରେ ଏକ ଭାବାତ୍ମକ ପରିବେଶ ସୃଷ୍ଟି କରିଥିବା ବେଳେ ଦୁଷ୍କର୍ମ ଥମିବାର ନାଁ ଧରୁନି । ରାଜ୍ୟରେ ସ୍ଥିତି ମଧ୍ୟ ସଙ୍ଗୀନ । ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ବରର ଖଣ୍ଡଗିରି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପୀଡିତା ଯୁବତୀ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନାଅନୁସାରେ ପୀଡିତା ଯୁବତୀ ଏବଂ ଅଭିଯୁକ୍ତ ଏକ ସ୍ଥାନରେ ହାଉସକିପିଂ ଭାବେ କାର୍ୟ୍ୟ କରୁଥିଲେ। ପୁରୀରେ ଗଣଦୁଷ୍କର୍ମକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଆସୁଛି ଦୁଷ୍କର୍ମର ଖବର ।