୫୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

୫୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

୫୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ

କରଞ୍ଜିଆ: ହାଟରୁ ଫେରୁଥିବା ସମୟରେ ଜଣେ ୫୫ ବର୍ଷୀୟା ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏ ନେଇ ପୀଡ଼ିତାଙ୍କ ସ୍ୱାମୀ ରରୁଆଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଧରପଗଡ଼ ଚଳାଇଛି । ଏ ପର୍ୟ୍ୟନ୍ତ ଅଭିଯୁକ୍ତ ମାନଙ୍କର ପତ୍ତା ମିଳିନାହିଁ । ଶୁକ୍ରବାର ସନ୍ଧ୍ୟାରେ ମହିଳାଜଣକ ଶୁକୃଳି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ ଦୁଇଜଣ ଯୁବକ ତାଙ୍କୁ ଘରେ ପହଞ୍ଚାଇ ଦେବାକୁ କହି ବାଇକରେ ଭଣ୍ଡନ ନଦୀକୂଳକୁ ନେଇ ଯାଇଥିଲେ । ସେଠାରେ ୭ରୁ ୮ ଜଣ ମିଶି ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କ ବିଭିନ୍ନ ଅଙ୍ଗକୁ କ୍ଷତାକ୍ତ କରିବା ସହ ମୁଣ୍ଡରେ ମଧ୍ୟ ଆଘାତ କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଏକୁଟିଆ ଛାଡ଼ି ପଳାଇଥିଲେ । ରାସ୍ତା କଡ଼ରେ ପୀଡ଼ିତା କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏ ନେଇ ରରୁଆଁ ଥାନା କେସ୍ ନଂ ୧୩୩/୨୧ରେ ଏକ ମାମଲା ରୁଜୁ ହୋଇଛି । ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଅତିରିକ୍ତ ଆରକ୍ଷୀ ଅଧିକାରୀ ମନୋରଞ୍ଜନ ବିଶ୍ୱାଳ ପ୍ରମୁଖ ରରୁଆଁ ଥାନାରେ ପହଞ୍ଚି ଆଇଆଇସି ଦୟାନଧି ଦାସଙ୍କ ସହ ଆଲୋଚନା କରିବା ସହ ଶୁକୃଳି ବଜାର ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି ।