୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷରେ ସୋନୁ ସୁଦ୍‌

୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷରେ ସୋନୁ ସୁଦ୍‌

୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ଶୀର୍ଷରେ ସୋନୁ ସୁଦ୍‌
ମୁମ୍ବଇ : ବିଶ୍ବର ୫୦ ଏସୀୟ ସେଲିବ୍ରିଟିଙ୍କ ତାଲିକାର ଶୀର୍ଷସ୍ଥାନ ଅଳଙ୍କୃତ କରିଛନ୍ତି ଅଭିନେତା ସୋନୁ ସୁଦ୍‌ । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବ୍ରିଟେନ୍‌ର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର ୫୦ ଏସୀୟ ସେଲିବ୍ରିଟି୍‌ ସୂଚୀରେ ୪୭ ବର୍ଷୀୟ ସୋନୁ ଶୀର୍ଷ ସ୍ଥାନରେ ରହି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ନିଜ କାର୍ୟ୍ୟ ଦ୍ବାରା ସମାଜରେ ସାକାରତ୍ମକ ପ୍ରଭାବ ପକାଇବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରିଥିବା କଳାକାରମାନେ ଏହି ତାଲିକାରେ ସାମିଲ୍‌ ହୋଇଛନ୍ତି। ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିୟଲ ହିରୋ ମାନୁଛନ୍ତି । ସୋନୁ ୨୦୨୦ ମସିହା ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ ହୋଇଛନ୍ତି । ସେ ଅନେକ ବଲିଉଡ ସେଲିବ୍ରେଟଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି ।