ନେଟଫ୍ଲିକ୍ସରେ ରିଲିଜ ହେବ ‘ବୁଲବୁଲ’, ଫଟୋ ସେୟାର କଲେ ଅନୁଷ୍କା ।

ନେଟଫ୍ଲିକ୍ସରେ ରିଲିଜ ହେବ ‘ବୁଲବୁଲ’, ଫଟୋ ସେୟାର କଲେ ଅନୁଷ୍କା ।

ନେଟଫ୍ଲିକ୍ସରେ ରିଲିଜ ହେବ ‘ବୁଲବୁଲ’, ଫଟୋ ସେୟାର କଲେ ଅନୁଷ୍କା ।
‘ପାତାଳଲୋକ’ର ଅଦ୍ଭୁତପୂର୍ବ ସଫଳତା ପରେ ଏବେ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ପ୍ରଡକ୍ସନ ହାଉସ୍ରେ ଅପକମିଂ ପ୍ରୋଜେକ୍ଟ ୱେବ୍ ଫିଲ୍ମ ‘ବୁଲବୁଲ’ର ଫାଷ୍ଟ ଲୁକ୍ ଜାରି କରିଛନ୍ତି । ଜୁନ୍ ୨୪ରେ ତାହା ନେଟଫ୍ଲିକ୍ସରେ ରିଲିଜ୍ ହେବ । ଫିଲ୍ମଟି ଏକ ପିରିୟଡ୍ ଡ୍ରାମା । ଅନ୍ଧବିଶ୍ୱାସ ଓ ନ୍ୟାୟ ଉପରେ ଏହା ପର୍ଯ୍ୟବେସିତ । ଏହାର କାହାଣୀ କଥା କହିବାକୁ ଗଲେ ସତ୍ୟା ନାମକ ଜଣେ ଲୋକ ବହୁତ ବର୍ଷ ପରେ ତାଙ୍କ ଗାଁକୁ ଫେରିବା ପରେ ତାଙ୍କ ଭାଉଜ ବୁଲବୁଲଙ୍କୁ ପରିତ୍ୟାଗ କରାଯାଇଥିବାର ସେ ଦେଖିବାକୁ ପାଉଛନ୍ତି । ଗାଁ ଲୋକମାନେ ବୁଲବୁଲଙ୍କ ନିକଟରେ କିଛି ଅଲୌକିକ ଶକ୍ତି ଥିବା କଥା କହୁଛନ୍ତି । ଏହାପରେ ସେମାନଙ୍କର ଜୀବନ କେଉଁଆଡେ ମୋଡ ନେଇଛି ତାହା ଜାଣିବା ପାଇଁ ଫିଲ୍ମଟିକୁ ସମ୍ପୂର୍ଣ୍ଣ ଦେଖିବାକୁ ଅନୁଷ୍କା ଅନୁରୋଧ କରିଛନ୍ତି । ଫିଲ୍ମରେ ଅଭିନାଶ ତିୱାରୀ, ତୃପ୍ତି ଡିମରି, ରାହୁଲ ବୋଷ, ପାଓଲି ଦମ୍, ପରମବ୍ରତ ଚାଟାର୍ଜୀ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।