୩ ପୁଅଙ୍କୁ ନଦୀକୁ ଫିଙ୍ଗି ଡେଇଁ ପଡ଼ିଲେ ବାପା

୩ ପୁଅଙ୍କୁ ନଦୀକୁ ଫିଙ୍ଗି ଡେଇଁ ପଡ଼ିଲେ ବାପା

୩ ପୁଅଙ୍କୁ ନଦୀକୁ ଫିଙ୍ଗି ଡେଇଁ ପଡ଼ିଲେ ବାପା
ରାୟଗଡ଼: ଛତିଶଗଡ଼ ରାଇଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ନିଜର ୩ ପୁଅଙ୍କୁ ନଦୀକୁ ଫିଙ୍ଗି ଶେଷରେ ନିଜେ ନଦୀକୁ ମଧ୍ୟ ଡେଇଁ ପଡିଛନ୍ତି । ରାଇଗଡ ଏସପି ସନ୍ତୋଷ ସିଂହଙ୍କ ସୂଚନା ଅନୁସାରେ, ଇଦୁ ଗ୍ରାମର ଜଣେ ବ୍ୟକ୍ତି କାର୍ତ୍ତିକେଶ୍ୱର ରାଥିଆ ବାଇକ ଯୋଗେ ଯାଉଥିବା ବେଳେ ମାଣ୍ଡ ନଦୀ ପୋଲ ଉପରେ ଅଟକି ଥିଲେ ଏବଂ ତାଙ୍କ ତିନି ପୁତ୍ର କ୍ଷୀରସାଗର (୫), ନର୍ମଦା (୩) ଏବଂ ତେଜପ୍ରକାଶ (୮ମାସ) ଙ୍କୁ ନଦୀକୁ ଫିଙ୍ଗି ଦେଇ ଶେଷରେ ନିଜେ ନଦୀକୁ ଡେଇଁ ପଡିଥିଲେ । ସକାଳେ ଏହି ଘଟଣା ଘଟିଥିବା ବେଳେ ଏ ଯାଏ କାହାକୁ ଉଦ୍ଧାର କରାଯାଇପାରିନାହିଁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । କାର୍ତ୍ତିକେଶ୍ୱର ରାଥିଆ ଦକ୍ଷିଣ ପୂର୍ବ କୋଲଫିଲଡ ଲିମିଟେଡ କମ୍ପାନୀରେ ଇଲେକ୍ଟି୍ରକାଲ ମେକାନିକ ଭାବେ କାର୍ଯ୍ୟ କରିଥିଲେ । କାର୍ତ୍ତିକେଶ୍ୱର କାହିଁକି ଏଭଳି କଲେ ତାହାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ ।