ଅବସରକୁ ନେଇ ରୋଚକ ତଥ୍ୟ ପ୍ରଦାନ କଲେ ରାଇନା

ଅବସରକୁ ନେଇ ରୋଚକ ତଥ୍ୟ ପ୍ରଦାନ କଲେ ରାଇନା

ଅବସରକୁ ନେଇ ରୋଚକ ତଥ୍ୟ ପ୍ରଦାନ କଲେ ରାଇନା
ନୂଆଦିଲ୍ଲୀ : ସ୍ୱାଧୀନତା ଦିବସରେ ଅବସର ଗ୍ରହଣ କରିଥିବା ଧୋନୀ ଏବଂ ରାଇନାଙ୍କ ଅବସରକୁ ନେଇ ବିଭିନ୍ନ ରୋଚକ ତଥ୍ୟ ପ୍ରକାଶ ପାଉଥିବା ବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ରାଇନା । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଏକତ୍ର ଖେଳୁଥିବା ଏହି ଦୁଇ ଖେଳାଳି ଏକ ଘଣ୍ଟା ବ୍ୟବଧାନରେ ନିଜର ଅବସର ଘୋଷଣା କରିଥିଲେ । ଉଭୟଙ୍କ ଅବସର ନେଇ ରାଇନା ଏକ ରୋଚକ ତଥ୍ୟ ପ୍ରଦାନ କରିଛନ୍ତି । ଉଭୟ ଖେଳାଳିଙ୍କ ଟି ୨୦ ଜର୍ସି ନମ୍ବର ଯଥାକ୍ରମେ ୭ ଏବଂ ୩ ରହିଥିବାରୁ ଦେଶର ୭୩ ତମ ସ୍ୱାଧୀନତା ଦିବସରେ ଅବସର ନେଇଥିଲେ ଉଭୟ ଖେଳାଳି ବୋଲି ରାଇନା ମତ ଦେଇଛନ୍ତି । ଏହି ଅବସର ପରେ ଉଭୟ ଖେଳାଳି ଚେନ୍ନାଇ ସୁପର କିଙ୍ଗସର ସାଥୀ ଖେଳାଳିଙ୍କ ସହ ସମୟ ବିତାଇବା ସହିତ ପାର୍ଟି କରିଥିଲେ ବୋଲି ରାଇନା ପ୍ରକାଶ କରିଛନ୍ତି ।