୨୯ରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ : ୯ଟି ରାଜ୍ୟର ୭୧ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ
୨୯ରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ : ୯ଟି ରାଜ୍ୟର ୭୧ ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ
admin
Apr 27, 2019 - 07:48
Updated: Apr 27, 2019 - 07:48
ଭୁବନେଶ୍ୱର : ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ କରାଯିବ । ୧୨ କୋଟି ୭୯ ଲକ୍ଷରୁ ଉଦ୍ଧ୍ୱର୍ ମତଦାତା ୯୪୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦେଶବ୍ୟାପୀ ମତଦାନରେ ସୁବିଧା ପାଇଁ ୧ ଲକ୍ଷ ୪୦ ହଜାର ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ଓଡିଶାରେ ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ମତଦାତା । ଏଥିରେ ସାମିଲ ଅଛନ୍ତି ୪୯୦୮୫୭୫ ପୁରୁଷ , ୪୬୦୫୬୯୪ ମହିଳା ଏବଂ ୬୧୫ ଜଣ ତୃତୀୟ ଲିଙ୍ଗର ମତଦାତା । ମୋଟ ୧୦୭୯୨ ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ ।
ବିହାରରେ ୫ଟି ଆସନରେ ମତଦାନ ଗ୍ରହଣ କରାଯିବ ଏବଂ ଏଥିପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୬ ଜଣ ପ୍ରାର୍ଥୀ । ସେମାନଙ୍କୁ ୮୮୩୪ ପୋଲିଂ ବୁଥରେ ମତଦାନ ମାଧ୍ୟମରେ ନିର୍ବାଚିତ କରିବେ ୮୭୦୨୩୧୩ ମତଦାତା । ଜମ୍ମୁ କାଶ୍ମୀରରେ ମାତ୍ର ଗୋଟିଏ ଆସନରୁ ନିର୍ବାଚନ ଲଢ଼ୁଛନ୍ତିି ୧୮ ଜଣ ପ୍ରାର୍ଥୀ ଏବଂ ୪୩୩ଟି ପୋଲିଂ ବୁଥରୁ ମତଦାନ କରି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୪୨୨୪ ମତଦାତା । ଝାଡଖଣ୍ଡରେ ୩ଟି ଆସନରେ ଲଢ଼େଇ ହେବ ଏବଂ ଏଥିପାଇଁ ରହିଛନ୍ତି ୫୯ ଜଣ ପ୍ରାର୍ଥୀ । ୩୦୧୩ ପୋଲିଂ ବୁଥରୁ ଭୋଟ ଦାନ ମାଧ୍ୟମରେ ବିଜୟୀ ପ୍ରାର୍ଥୀ ନିର୍ବାଚିତ କରିବେ ୧୦୫୫୫୬୮୯ ଭୋଟର । ସେହିପରି ମହାରାଷ୍ଟ୍ରର ୧୭ଟି ଆସନରେ ୩୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୩୧୪ ପୋଲିଂ ବୁଥରୁ ୩୧୧୯୨୮୨୩ ଜଣ ମତଦାତା ମତଦାନ ପୂର୍ବକ ବିଜୟୀ ପ୍ରାର୍ଥୀ ନିର୍ବାଚିତ କରିବେ । ରାଜସ୍ଥାନର ୧୩ଟି ଆସନ ପାଇଁ ୧୧୫ଜଣ ପ୍ରାର୍ଥୀ ମୁକାବିଲା କରୁଛନ୍ତି । ୨୮୧୮୨ ମତଦାନ କେନ୍ଦ୍ରରୁମତଦାନ କରି ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୫୭୭୬୯୯୩ ଭୋଟର । ଉତରପ୍ରଦେଶରେ ୧୩ଟି ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ୧୫୪ ଜଣ ପ୍ରାର୍ଥୀ ଏବଂ ୨୭୫୧୩ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ । ମୋଟ ମତଦାତାଙ୍କ ସଂଖ୍ୟା ୨୩୮୮୮୩୬୭ । ପଶ୍ଚିମବଙ୍ଗର ୮ଟି ଆସନରେ ୬୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୩୪୫୬୪୯୧ ମତଦାତା । ମୋଟ ୧୫୨୭୭ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ ।