୨୭ରୁ ପୁରୀ, କୋଣାର୍କକୁ ଗଡ଼ିବ ମୋ’ବସ୍
୨୭ରୁ ପୁରୀ, କୋଣାର୍କକୁ ଗଡ଼ିବ ମୋ’ବସ୍
admin
Sep 26, 2020 - 08:55
Updated: Sep 26, 2020 - 08:55
ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ରବିବାର ଠାରୁ ପୁରୀ ଓ କୋଣାର୍କକୁ ମୋ’ ବସ ଗଡ଼ିବ । ବିଶ୍ୱ ପର୍ଯ୍ୟଟନ ଦିବସରେ ପୁରୀ ଓ କୋଣାର୍କବାସୀଙ୍କୁ କ୍ରୁଟ ପକ୍ଷରୁ ଏହି ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଛି । ଏହି ମୋ ବସ ରୁଟ ନଂ-୫୦ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ବସଷ୍ଟାଣ୍ଡରୁ ବାହାରି ଜଗନ୍ନାଥ ଧାମ ପୁରୀ ଯିବ । ଠିକ ସେହିପରି ରାଜଧାନୀ ସହିତ କୋଣାର୍କକୁ ରୁଟ ନଂ-୭୦ ସଂଯୋଗ କରିବ । ପୁରୀ ଓ କୋଣାର୍କ ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ କ୍ଷେତ୍ର ଭାବେ ବିଶ୍ୱବିଦିତ ରହିଥିବାରୁ ଯାତ୍ରୀଙ୍କ ସୁବିଧା ପାଇଁ ସରକାର ମୋ ବସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଓଡ଼ିଶାରୁ ଓ ବାହାରୁ ଆସୁଥିବା ଅସଂଖ୍ୟ ପର୍ଯ୍ୟଟକ ତଥା ରାଜଧାନୀରୁ ପ୍ରତିଦିନ ଯାତାୟାତ କରୁଥିବା ଅନେକ ଲୋକ ଏହା ଦ୍ୱାରା ଉପକୃତ ହେବେ । କରୋନା ମହାମାରୀ ସମୟରେ ପ୍ରଥମେ ୨ଟି ବାର୍ତ୍ତାନୁକୁଳିତ ବସ ସେବା ଆରମ୍ଭ ହେବାକୁ ଯାଇଛି । ରବିବାର ଦିନ ପରୀକ୍ଷା ମୂଳକ ଭାବେ ଗୋଟିଏ ଗୋଟିଏ ବସ ଉଭୟ ରୁଟରେ ଯିବ । ସାଧାରଣ ବସ ସେବା ସୋମବାରଠାରୁ ଆରମ୍ଭ ହେବ ଏବଂ ୨ଟି ଲେଖାଏଁ ବସ ପ୍ରତ୍ୟେକ ରୁଟରେ ଚାଲିବ ବୋଲି କ୍ରୁଟ ପରିଚାଳନା ନିଦେ୍ର୍ଧଶ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ରୁଟ ନଂ-୫୦ ପାଇଁ ସର୍ବାଧିକ ୭୦ ଟଙ୍କା ଏବଂ ରୁଟ ନଂ-୭୦ ପାଇଁ ୬୦ ଟଙ୍କା ଯାତ୍ରାଭଡ଼ା ଧାର୍ଯ୍ୟ କରାଯାଇଛି । ପ୍ରତିଦିନ ଶତାଧିକ ଯାତ୍ରୀ ଯାତାୟତ କରିବାକୁ ଥିବାରୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନିଆଯାଇଛି । ଏଥିପାଇଁ ବିଶେଷ ଭୂତାଣୁ ନାସକ ଶୋଧକର ବ୍ୟବହାର କରାଯାଉଛି ।