୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

୨୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୦୬ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୯ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୮୭ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୬୦୨ରେ ପହଁଚିଛି । ୩୨୭୫୩୪ ଜଣ ସୁସ୍ଥ ହୋଇଥିବାବେଳେ ୨୧୨୪ଜଣ ଚିକିତ୍ସାଧୀନ ଅଛନ୍ତି । ଆଜି ଅନୁଗୁଳରୁ ୨୭ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ୨, ବରଗଡ଼ ୧୬, ଭଦ୍ରକ ୨, ବଲାଙ୍ଗିର ୨୬, ବୌଦ୍ଧ ୨, କଟକ ୬, ଦେଓଗଡ଼ ୧, ଢେଙ୍କାନାଳ ୧, ଗଜପତି ୫, ଗଞ୍ଜାମ ୩, ଯାଜପୁର ୧୦, ଝାରସୁଗୁଡ଼ା ୯, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୭, ଖୋର୍ଦ୍ଧା ୧୮, ମୟୂରଭଞ୍ଜ ୮, ନୂଆପଡ଼ା ୬, ପୁରୀ ୪, ରାୟଗଡ଼ା ୧, ସମ୍ବଲପୁର ୧୬, ସୋନପୁର ୩, ସୁନ୍ଦରଗଡରୁÿ ୨୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲ ୩ ବୋଲି ଜଣାଯାଇଛି ।