୫ଜିଲ୍ଲା, ୮ ସହର ଲକ ଡାଉନ
୫ଜିଲ୍ଲା, ୮ ସହର ଲକ ଡାଉନ
admin
Mar 21, 2020 - 10:06
Updated: Mar 21, 2020 - 10:06
ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲା
ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର ରୋଡ଼, ଯାଜପୁର ଟାଉନ ଓ ଭଦ୍ରକ ସହର
ମାର୍ଚ୍ଚ ୨୨ ସକାଳ ୭ରୁ ୨୯ ତାରିଖ ରାତି ୯ ପର୍ଯ୍ୟନ୍ତ ଲକଡାଉନ
ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି । ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ପାଇଁ ରାଜ୍ୟ ସରକାର ଏବେ ଯୁଦ୍ଧମୁଦ୍ରାରେ । ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଦିନକୁ ଦିନ ନୂଆ ନୂଆ କଟକଣା ଜାରି କରୁଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଉଛି ଲକଡାଉନ ଘୋଷଣା । ଆସନ୍ତା କାଲି ଅର୍ଥାତ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏକାଧିକ ଜିଲ୍ଲାରେ ଏକ ଡାଉନ ଘୋଷଣା କରିଛନ୍ତି । ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକଡାଉନ ଘୋଷଣା କରାଯାଇଛି । ଏହି ୫ଟି ଜିଲ୍ଲାର ସବୁ ସହର ଓ ଗାଁକୁ ସମ୍ପୂର୍ଣ୍ଣଭାବେ ଲକଡାଉନ ଘୋଷଣା କରାଯାଇଛି ।
ଲକ ଡାଉନରେ କଣ ରହିବ ଖୋଲା
ହସ୍ପିଟାଲ, କ୍ଲିନିକ, ଔଷଧ ଦୋକାନ, ତେଜରାତି ଦୋକାନ ଖୋଲା ରହିବ ।
ରେଷ୍ଟୁରାଣ୍ଟ( କେବଳ ହୋମ ଡେଲିଭରି ଓ ପାର୍ସଲ)
ପନିପରିବା, ମାଂସ, କ୍ଷୀର ଓ ପାଉଁରୁଟି ଦୋକାନ(ସେହି ସ୍ଥାନାରେ ଚା କିମ୍ବା ଅନ୍ୟାନ୍ୟ ପାନୀୟ ଦୋକାନ ବନ୍ଦ ରହିବ)
ରେଲୱେ ଓ ବିମାନ ବନ୍ଦର ଖୋଲା ରହିବ
ପ୍ରଶାସନ, ପୁଲିସ, ସ୍ୱାସ୍ଥ୍ୟ, ଅଗ୍ନିଶମ, ଓଡ୍ରାଫ, ବିଦୁ୍ୟତ ଓ ପାନୀୟ ଜଳ ଅଫିସ, ପୌରପରିଷଦ ସେବା, ବ୍ୟାଙ୍କ, ଏଟିଏମ, ପେଟ୍ରୋଲ ପମ୍ପ ଖୋଲା ରହିବ
ଏହି ସବୁ କ୍ଷେତ୍ର ସହିତ ଜଡ଼ିତ ତଥା କରୋନା ଭାଇରସ ମୁକାବିଲା ସହ ଜଡ଼ିତ ବେସରକାରୀ ପ୍ରତିଷ୍ଠାନଗୁଡ଼ିକ ଖୋଲା ରହି ପାରିବ ।
ଲକ ଡାଉନ ଥିବା ୫ ଜିଲ୍ଲା ଓ ୮ ସହରରେ ପେନସନ ଓ ପିଡିଏସ ସୁବିଧା ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।
ବେସରକାରୀ କମ୍ପାନୀଗୁଡ଼ିକ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ସୁଯୋଗ ଦେବାକୁ କୁହାଯାଇଛି । ଯଦି ସେଭଳି ହୋଇପାରୁନଥିବ ତେବେ ଜିଲ୍ଲାପାଳଙ୍କ ଠାରୁ ପ୍ରମାଣପତ୍ର ଆଣିବାକୁ ପଡ଼ିବ ।