୨୦୨୦-୨୧ ବଜେଟ ପାଇଁ ୧୩୦କୋଟି ଜନସାଧାରଣଙ୍କ ମତାମତ ଲୋଡିଲେ ନରେନ୍ଦ୍ର ମୋଦୀ

୨୦୨୦-୨୧ ବଜେଟ ପାଇଁ ୧୩୦କୋଟି ଜନସାଧାରଣଙ୍କ ମତାମତ ଲୋଡିଲେ ନରେନ୍ଦ୍ର ମୋଦୀ

୨୦୨୦-୨୧ ବଜେଟ ପାଇଁ ୧୩୦କୋଟି ଜନସାଧାରଣଙ୍କ ମତାମତ ଲୋଡିଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ - ୨୦୨୦-୨୧ କେନ୍ଦ୍ର ବଜେଟ୍‍ ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି। ଏ ନେଇ ସେ ଏକ ଟ୍ୱିଟ୍‍ ଜରିଆରେ ୧୩୦କୋଟି ଜନସାଧାରଣ ଏଥିଲାଗି ନିଜର ମତାମତ ଏବଂ ପରାମର୍ଶ Mygov.inରେ ଦେଇପାରିବେ। ଏହି ମତାମତ ଭାରତକୁ ବିକାଶର ମାର୍ଗ ଦେଖାଇବ ବୋଲି ଶ୍ରୀ ମୋଦୀ କହିଛନ୍ତି। ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ୍‍ ଲାଗି କୃଷି, ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ଜନସାଧାରଣଙ୍କ ନିକଟରୁ ମତାମତ ଲୋଡ଼ା ଯାହାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିନିଧିଙ୍କ ସହିତ ଏଥିଲାଗି ପ୍ରାକ୍‍ ବଜେଟ୍‍ ପରାମର୍ଶ କରିସାରିଛନ୍ତି। ଆସନ୍ତାମାସ ପ୍ରଥମ ସପ୍ତାହରେ ଏହି କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପିତ ହେବାର ଆଶ। କରାଯାଉଛି।